ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜ୍‌ଙ୍କ ପରଲୋକ

Advertisment
ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜ୍‌ଙ୍କ ପରଲୋକ

Deccan Herald

ନୂଆଦିଲ୍ଲୀ : ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜ୍‌ଙ୍କର ଶନିବାର ଦିନ ତାଙ୍କ ପୁଣେସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କ ନିକଟରେ ଆତ୍ମୀୟ ସ୍ବଜନମାନେ ଉପସ୍ଥିତ ଥିଲେ। ୮୩ ବର୍ଷ ବୟସ୍କ ରାହୁଲ ନିମୋନିଆ ଏବଂ ହୃଦରୋଗରେ ପୀଡ଼ିତ ଥିଲେ। ଗତ ପ୍ରାୟ ମାସେ ହେବ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତେବେ ଶନିବାର ଅପରାହ୍ଣ ୨ଟା ୩୦ ମିନିଟରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି।

ରବିବାର ପୁଣେସ୍ଥିତ ବୈକୁଣ୍ଠ ଧାମରେ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସଂପନ୍ନ ହେବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ରାହୁଲଙ୍କର ଦୁଇ ପୁଅ ଯଥା ରାଜୀବ ବଜାଜ୍‌ ଓ ସଂଜୀବ ବଜାଜ୍‌ ଏବଂ ଝିଅ ସୁନୟନା କେଜ୍ରିୱାଲ ଅଛନ୍ତି। ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ରାଜନୀତି ଓ ଉଦ୍ୟୋଗ କ୍ଷେତ୍ରର ବହୁ ଖ୍ୟାତନାମା ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe