ମା’ଙ୍କ ରେକର୍ଡ ଭାଙ୍ଗିଲେ ରାହୁଲ

Advertisment
ମା’ଙ୍କ ରେକର୍ଡ ଭାଙ୍ଗିଲେ ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନ‌ରେ ବିପୁଳ ଭୋଟ୍‌ରେ ବିଜୟୀ ‌ହୋଇଛନ୍ତି। ରାହୁଲ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କର ୨୦୧୯ ମସିହାର ବିଜୟ ବ୍ୟବଧାନ ହାରକୁ ମଧ୍ୟ ଟପିଯାଇଛନ୍ତି। ରାହୁଲ ତାଙ୍କ ବିଜେପି ପ୍ରତିଦ୍ବନ୍ଦ୍ବୀ ଦିନେଶ ପ୍ରତାପ ସିଂହଙ୍କୁ ୩ ଲକ୍ଷ ୯୦ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି । ଅନ୍ୟପକ୍ଷେ ୨୦୦୪ ମସିହାରୁ ରାଏବରେଲିରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିବା ସୋନିଆ ୨୦୧୯ ନିର୍ବାଚନରେ ଦିନେଶ ପ୍ରତାପ ସିଂହଙ୍କଠାରୁ ୧.୬୭ ଲକ୍ଷ ଭୋଟ୍‌ ବ୍ୟବଧାନରେ ଜିତିଥିଲେ। ତେବେ ଚଳିତ ଥର ସୋନିଆ ଲୋକସଭା ନିର୍ବାଚନରୁ ଦୂରେଇ ଯାଇ ରାଜ୍ୟସଭା ଯିବାପରେ ରାହୁଲ ଗାନ୍ଧୀ ରାଏବରେଲିରୁ ପ୍ରାର୍ଥୀ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ଥର ରାହୁଲ ଗାନ୍ଧୀ ୨ଟି ଆସନରେ ନିର୍ବାଚନ ଲଢ଼ିଛନ୍ତି। ସେ ଉତ୍ତରପ୍ରଦେଶର ରାଏବରେଲି ଏବଂ କେରଳର ୱାୟନାଡ଼ ଆସନରେ ନିର୍ବାଚନ ଲଢ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe