ନୂଆଦିଲ୍ଲୀ : ଲୋକସଭା ସଦସ୍ୟ ପଦ ପାଇଁ ଅଯୋଗ୍ୟ ଘୋଷିତ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ତାଙ୍କ ଟ୍ବିଟର ଆକାଉଣ୍ଟର ବାୟୋଡାଟାରେ ପରିବର୍ତ୍ତନ କରିଛନ୍ତି। ଏଥିରେ ସେ ନିଜକୁ ଡିସ୍’କ୍ବାଲିଫାଏଡ୍ ଏମ୍‌ପି ବୋଲି ଲେଖିଛନ୍ତି।

Advertisment

‘ମୋଦି ସାଙ୍ଗିଆ’କୁ ନେଇ ଏକ ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଓ ୨ ବର୍ଷର ଜେଲ ଦଣ୍ଡାଦେଶ ପାଇବା ପରେ ଶୁକ୍ରବାର ରାହୁଲ ଗାନ୍ଧି ଲୋକସଭା ଏମ୍‌ପି ପଦ ପାଇଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ବର୍ତ୍ତମାନ ସେ ନିଜ ଟ୍ବିଟର ଆକାଉଣ୍ଟ ବାୟୋଡାଟାରେ ଲେଖିଛନ୍ତି ଯେ, ସେ ହେଉଛନ୍ତି ଭାରତୀୟ ଜାତୀୟ କଂଗ୍ରେସର ଜଣେ ସଦସ୍ୟ ଏବଂ ଜଣେ ଅଯୋଗ୍ୟ ଘୋଷିତ ଏମ୍‌ପି।