ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଲେ ୬୦ ଫୁଟ୍‌ ଗଭୀର ‘ବୋର୍‌ୱେଲ୍‌’ରେ ପଡ଼ିଯାଇଥିବା ରାହୁଲ୍‌

ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଲେ ୬୦ ଫୁଟ୍‌ ଗଭୀର ‘ବୋର୍‌ୱେଲ୍‌’ରେ ପଡ଼ିଯାଇଥିବା ରାହୁଲ୍‌

ଜାଞ୍ଜଗୀର: ଛତିଶଗଡ଼ର ଜାଞ୍ଜଗୀର-ଚାମ୍ପା ଅନ୍ତର୍ଗତ ପିହରୀଦ ଗାଁରେ ୬୦ ଫୁଟ୍‌ ଗଭୀର ‘ବୋର୍‌ୱେଲ୍‌’ ପଡ଼ି ଉଦ୍ଧାର ହୋଇଥିବା ରାହୁଲ୍‌ ସାହୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆଜି ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରୁଛନ୍ତି।

ରାହୁଲ୍‌ଙ୍କୁ ଆଣିବା ପାଇଁ ଜାଞ୍ଜଗୀର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା ଏବଂ ଏସ୍‌.ପି. ବିଜୟ ଅଗ୍ରୱାଲ୍‌ ମଧ୍ୟ ବିଳାସପୁରସ୍ଥିତ ଆପୋଲୋ ହସ୍ପିଟାଲ୍‌କୁ ଆସିଥିଲେ। ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦେଶକ ଡାକ୍ତର ପ୍ରମୋଦ ମହାଜନ, ବିଳାସପୁର ଏସ୍‌ଏସ୍‌ପି ପାରୁଲ୍‌ ମାଥୁରଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ବିଳାସପୁର ପ୍ରଶାସନ ପକ୍ଷରୁ ମଧ୍ୟ ରାହୁଲ୍‌ଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ରାହୁଲ୍‌ଙ୍କୁ ବିଦା କରିବା ପାଇଁ ଉପହାର ସହ ଡାକ୍ତରଖାନାର ଅନେକ କର୍ମଚାରୀଙ୍କ ସମେତ ସ୍ଥାନୀୟ ନେତା ବି ସମବେତ ହୋଇଥିଲେ।

ପ୍ରାୟ ୧୦ ଦିନ ହେବ ରାହୁଲ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡାକ୍ତରଖାନ‌ାରେ ଚିକିତ୍ସାଧୀନ ରହି ସୁସ୍ଥ ହେବା ସହ ରାହୁଲ୍‌ ଡାକ୍ତରମାନଙ୍କ ସହିତ ଖୁବ୍‌ ମଜାମଉଜ କରୁଥିବାର ଭିଡିଓ ମଧ୍ୟ ରିଲିଜ୍‌ ହୋଇଥିଲା। ଏବେ କାହାରି ସହାୟତା ବିନା ରାହୁଲ୍‌ ଚଳପ୍ରଚଳ ହେଉଛି। ଫିଜିଓଥେରାପିଦ୍ବାରା ରାହୁଲ୍‌ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ବୋଲି କୁହାଯାଉଛି।

publive-image Image Courtesy of Dainki Bhaskar

ସ୍ମରଣଯୋଗ୍ୟ, ଜୁନ୍‌ ୧୦ ତାରିଖ ଦିନ ରାହୁଲ୍‌ ତାଙ୍କ ଘର ପଛରେ ଥିବା ଗୋଟାଏ ପରିତ୍ୟକ୍ତ ‘ବୋର୍‌ୱେଲ୍‌’ର ୬୦ ଫୁଟ୍‌ ଗଭୀରକୁ ଖସିପଡ଼ିଥିଲା। ପ୍ରାୟ ୧୦୬ ଘଣ୍ଟା ଧରି ଉଦ୍ୟମ କରିବା ପରେ ଉଦ୍ଧାରକାରୀମାନେ ରାହୁଲ୍‌ଙ୍କୁ ନିରାପଦରେ ବାହାର କରିଥିଲେ। ସେତେବେଳକୁ ମୋଟାମୋଟି ୪ ଦିନ ବିତି ଯାଇଥିଲା।

ରାହୁଲ୍‌ଙ୍କ ଘରବାହୁଡ଼ା ଖବର ଶୁଣି ଗାଁ’ରେ ଉତ୍ସବୀୟ ବାତାବରଣ ଆରମ୍ଭ ହୋଇଛି। ଫୁଲମାଳ ପିନ୍ଧାଇ ରାହୁଲ୍‌ଙ୍କୁ ସ୍ବାଗତ କରିବା ଲାଗି ବ୍ୟାପକ ଆୟୋଜନ ଚାଲିଛି। ତା’ସହ ଡିଜେ ଓ ଢୋଲ ବାଜଣା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe