ଗୌହାଟୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଗତକାଲି ଲୋକସଭାରେ ବିଭିନ୍ନ ପ୍ରସଙ୍ଗରେ ରଖିଥିବା ବକ୍ତବ୍ୟକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଗତକାଲି ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ତୀବ୍ର ଆକ୍ରମଣ କରିଥିଲେ। ଶାହ ମଣିପୁରର ଏକ ପ୍ରତିନିଧି ଦଳଙ୍କୁ ସାକ୍ଷାତ କରିବା ସମୟରେ ସେମାନଙ୍କୁ ଚପଲ ବାହାର କରିବା ପାଇଁ କହିଥିଲେ କିନ୍ତୁ ଶାହ ନିଜେ ଚପଲ ପିନ୍ଧିଥିଲେ ବୋଲି ରାହୁଲ ଅଭିଯୋଗ କରିଥିଲେ। ରାହୁଲଙ୍କ କଥାର କଡ଼ା ଜବାବ ଦେଇ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ଆସାମ ନେତାଙ୍କ ଉପସ୍ଥିତିରେ ରାହୁଲ କୁକୁରଙ୍କୁ ଯେଉଁ ବିସ୍କୁଟ୍ ଖାଇବାକୁ ଦେଉଥିଲେ ସେହି ସମାନ ବିସ୍କୁଟ୍ ନେତାମାନଙ୍କ ମଧ୍ୟରେ ବାଣ୍ଟିଥିଲେ। ସେହି ନେତା ରାଜନୈତିକ ଶିଷ୍ଟାଚାର ସଂକ୍ରାନ୍ତରେ କହିବାପାଇଁ ଅଯୋଗ୍ୟ। ଦେଶବାସୀ ଏହି ନେତାଙ୍କ ଆଚରଣ ସଂପର୍କରେ ଭଲଭାବେ ଅବଗତ ଅଛନ୍ତି ବୋଲି ଶର୍ମା କହିଛନ୍ତି।
ରାଜନୈତିକ ଶିଷ୍ଟାଚାର ସଂପର୍କରେ କହିବାକୁ ରାହୁଲ ଯୋଗ୍ୟ ନୁହନ୍ତି: ହିମନ୍ତ ବିଶ୍ବ ଶର୍ମା
Advertisment
Follow Us