ଯନ୍ତ୍ରଣା ସତ୍ତ୍ବେ ଆଶାବାଡ଼ି ଧରି ଖେଳ ପଡ଼ିଆରେ ପହଞ୍ଚିଥିଲେ ଦ୍ରାବିଡ଼

ଦଳର ପ୍ରସ୍ତୁତି ପରିଖିବା ପାଇଁ ରାହୁଲ ଦ୍ରାବିଡ ନିକଟରେ ଆଶାବାଡ଼ି ଧରି ଖେଳ ପଡ଼ିଆକୁ ଓହ୍ଲାଇଥିଲେ। ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। 

ୖ;;ହୖ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ତାଙ୍କ ସମୟର ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। 

ରାହୁଲ ଦ୍ରାବିଡ ତାଙ୍କ ବ୍ୟାଟିଂ କୌଶଳ ବ୍ୟତୀତ ତାଙ୍କର ଦୃଢ଼ ମାନସିକତା ପାଇଁ ବେଶ ଜଣାଶୁଣା। 
ଆଇପିଏଲ ସିଜିନ୍ ଆରମ୍ଭ ହେବା ପୂର୍ବରୁ ଦଳ ନିଜନିଜର ପ୍ରସ୍ତୁତି ଜୋରସୋରରେ ଆରମ୍ଭ କରି ଦେଇଛନ୍ତି। ଦଳର ପ୍ରସ୍ତୁତି ପରିଖିବା ପାଇଁ ରାହୁଲ ଦ୍ରାବିଡ ନିକଟରେ ଆଶାବାଡ଼ି ଧରି ଖେଳ ପଡ଼ିଆକୁ ଓହ୍ଲାଇଥିଲେ। ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। 

କଷ୍ଟ ଯନ୍ତ୍ରଣା ହେଉଥିବା ସତ୍ତ୍ବେ ରାହୁଲ ଏପରି ଭାବେ ଆଶାବାଡ଼ି ଧରି ପଡ଼ିଆକୁ ଓହ୍ଲାଇବା ଦୃଶ୍ୟକୁ ଦେଖି ସୋସିଆଲ ମିଡିଆରେ କ୍ରିକେଟ୍ ପ୍ରଶଂସକମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ଭାରତୀୟ ଦଳକୁ ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ କରିବା ପରେ, ରାହୁଲ ଦ୍ରାବିଡ ରାଜସ୍ଥାନ ରୟାଲ୍ସକୁ ଆଇପିଏଲ୍ ଚାମ୍ପିଅନ୍ ନ କରିବା ପର୍ଯ୍ୟନ୍ତ ବିଶ୍ରାମ ନେବେ ନାହିଁ।’

ରାଜସ୍ଥାନ ରୟାଲ୍ସ ଏକ୍ସ ହ୍ୟାଣ୍ଡେଲରୁ ରାହୁଲ ଦ୍ରାବିଡ ଆଶାବାଡ଼ି ଧରି ଅଭ୍ୟାସ କ୍ଷେତ୍ରରେ ପହଞ୍ଚିଥିବା ଭିଡିଓ ସେୟାର କରିଛି।

ରାଜସ୍ଥାନ ରୟାଲ୍ସ ପୋଷ୍ଟ କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ରାଜସ୍ଥାନ ରୟାଲ୍ସର ଅଭ୍ୟାସ ଚାଲିଥିବା ବେଳେ ରାହୁଲ ଦ୍ରାବିଡ ପହଞ୍ଚି ପ୍ରଥମେ ସମସ୍ତ ଖେଳାଳିଙ୍କ ସହ ହାତ ମିଳାଉଛନ୍ତି। ଏହାପରେ ରିୟାନ ପରାଗଙ୍କ ସହ କଥା ହେଉଛନ୍ତି। ରିୟାନ ଙ୍କ ପରେ ରାହୁଲ ଦ୍ରାବିଡ ଦଳର ଯୁବ ଓପନର ଯଶସ୍ୱୀ ଜୟସୱାଲଙ୍କ ପାଖରେ ପହଞ୍ଚୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe