ତାଙ୍କୁ ବାହାର କରିଦିଆଯାଇଛି; ରାହୁଲ ରାଜସ୍ଥାନ ରୟାଲ୍ସ ଛାଡ଼ିବା ନେଇ ଏଭଳି କହିଲେ ଏବି ଡିଭିଲିୟର୍ସ

ଗୋଟାଏ ସିଜିନ୍ ପରେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଛନ୍ତି କ୍ରିକେଟର ରାହୁଲ ଦ୍ରାବିଡ। ସେ ଛାଡ଼ି ନାହାନ୍ତି, ତାଙ୍କୁ ବାହାର କରିଦିଆଯାଇଛି ବୋଲି କହିଛନ୍ତି ଏବି ଡିଭିଲିୟର୍ସ।

New Project (19)

ନୂଆଦିଲ୍ଲୀ: ଗୋଟାଏ ସିଜିନ୍ ପରେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଛନ୍ତି କ୍ରିକେଟର ରାହୁଲ ଦ୍ରାବିଡ। ଦଳ ଭଲ ପ୍ରଦର୍ଶନ ନକରିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଜୟପୁର-ଭିତ୍ତିକ ଫ୍ରାଞ୍ଚାଇଜ୍ ଶନିବାର ଏକ୍ସରେ ଏହି ଘୋଷଣା କରିଥିଲା। ଗୋଟାଏ ସିଜିନ୍ ପରେଦ୍ରାବିଡ ତାଙ୍କ ପଦରୁ ଇସ୍ତଫା ଦେବା ଖବରକୁ ଫ୍ରାଞ୍ଚାଇଜ୍ ନିଶ୍ଚିତ କରିଥିଲା। ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକା ୱିକେଟକିପର-ବ୍ୟାଟସମ୍ୟାନ୍ ଏବଂ ଅଧିନାୟକ ଏବି ଡିଭିଲିୟର୍ସ। ଏହି ଖବର ପାଇବା ପରେ ସେ ଏକ ବିସ୍ଫୋରକ ଦାବି କରିଛନ୍ତି।

ପୂର୍ବତନ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସଙ୍କ ଅନୁଯାୟୀ, ଫ୍ରାଞ୍ଚାଇଜି ଦ୍ୱାରା ତାଙ୍କୁ ଦିଆଯାଇଥିବା ବଡ଼ ଦାୟିତ୍ବ ଗ୍ରହଣ କରିବାକୁ ମନା କରିବା ପରେ ରାଜସ୍ଥାନ ରୟାଲ୍ସରୁ ତାଙ୍କୁ ବାହାର କରିଦିଆଯାଇଛି। 

ତାଙ୍କ କହିବା ମୁତାବକ, "ମୋତେ ଏପରି ଲାଗୁଛି ଯେପରି ମାଲିକ କିମ୍ବା ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଛନ୍ତି। ସେମାନେ ତାଙ୍କୁ ଦଳରେ ବଡ଼ ଭୂମିକା ଗ୍ରହଣ କରିବାର ବିକଳ୍ପ ଦେଇଥିଲେ। ହେଲେ ସେ ଏହାକୁ ଏକ ପ୍ରକାର ପ୍ରତ୍ୟାଖ୍ୟାନ କରିଥିଲେ। ହୁଏତ ରାହୁଲ ବଡ଼ ଦାୟିତ୍ବ ନନେଇ ଡଗ୍ ଆଉଟରେ ରହିବାକୁ ଚାହୁଁଥିଲେ। ହୁଏତ ଏହା ତାଙ୍କର ନିଷ୍ପତ୍ତି ଥିଲା। ମୁଁ ଜାଣିନାହିଁ। କିନ୍ତୁ ଆମେ ଆଗକୁ ଜାଣିବୁ। ମୁଁ ନିଶ୍ଚିତ ଯେ, ଭବିଷ୍ୟତରେ ସେ ଏହା ବିଷୟରେ କହିବେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe