ବିଜେପି ବୈଠକରେ ଯୋଗ ଦେବେନାହିଁ ରାହୁଲ ଦ୍ରାବିଡ଼, ବିସିସିଆଇର ଖଣ୍ଡନ

Advertisment
ବିଜେପି ବୈଠକରେ ଯୋଗ ଦେବେନାହିଁ ରାହୁଲ ଦ୍ରାବିଡ଼, ବିସିସିଆଇର ଖଣ୍ଡନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) କାର୍ଯ୍ୟକ୍ରମରେ କୋଚ ରାହୁଲ ଦ୍ରାବିଡଙ୍କ ଯୋଗଦାନ ଖବରକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଖଣ୍ଡନ କରିଛି। ସୋମବାର ଦିନ ଜଣେ ବିଜେପି ବିଧାୟକ ଦାବି କରିଥିଲେ ଯେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଆୟୋଜିତ ହେବାକୁ ଥିବା ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଦ୍ରାବିଡ ଯୋଗଦେବେ। ତେବେ ବିସିସିଆଇର ମିଡିଆ ମ୍ୟାନେଜର ମୋୖଲୀନ ପାରେଖ ସୂଚନା ଦେଇଛନ୍ତି ଯେ ଦ୍ରାବିଡ ତାଙ୍କୁ ଫୋନ କରି ଏହି ଖବର ମିଥ୍ୟା ବୋଲି କହିଛନ୍ତି। ଧର୍ମଶାଳା ଆସନରୁ ବିଧାୟକ ଥିବା ବିଶାଲ ନାହେରିଆ କହିଥିଲେ ଯେ ଦ୍ରାବିଡ କାର୍ଯ୍ୟକାରିଣୀରେ ଉପସ୍ଥିତ ଥିବା ଯୁବକମାନଙ୍କୁ ସନ୍ଦେଶ ଦେବେ ଯେ କେବଳ ରାଜନୀତିରେ ନୁହେଁ ଅନ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢିପାରିବେ।

ଏହି ବିଜେପି ବିଧାୟକ କହିଥିଲେ ଯେ, 'ମେ ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଧର୍ମଶାଳାଠାରେ ବିଜେପି ଯୁବମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ | ବିଜେପିର ଜାତୀୟ ନେତୃତ୍ୱ ଏବଂ ହିମାଚଳ ପ୍ରଦେଶର ନେତୃତ୍ୱ ଏଥିରେ ଜଡିତ ରହିବେ। ଏହି ଅଧିବେଶନରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଯୋଗଦେବେ।ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ମଧ୍ୟ ଏଥିରେ ସାମିଲ ହେବେ'। ତେବେ ବିସିସିଆଇ ଏହାକୁ ଖଣ୍ଡନ କରିଛି |

ବିଶେଷ କଥା ହେଉଛି ଚଳିତ ବର୍ଷ ଶେଷ ଆଡକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବିଜେପି ଏହି ବୈଠକ ଆୟୋଜନ କରୁଛି । ୨୦୧୭ ରେ ହିମାଚଳ ପ୍ରଦେଶରେ ବିଜେପି ୬୮ଟି ସିଟ୍ ମଧ୍ୟରୁ ୪୪ଟି ଆସନ ଜିତି ରାଜ୍ୟରେ ସରକାର ଗଠନ କରିବାରେ ସଫଳ ହୋଇଥିଲା। ଏଥି ସହିତ କଂଗ୍ରେସକୁ ୨୧ଟି ସିଟ୍ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe