ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପୁଣିଥରେ ନିଜର ପ୍ରଧାନମନ୍ତ୍ରୀ ହେବାର ଇଚ୍ଛାକୁ ଦୋହରାଇଛନ୍ତି। ରାହୁଲ କହିଛନ୍ତି ଯଦି ମେଣ୍ଟ ଚାହିବ, ତା’ହେଲେ ମୁଁ ନିଶ୍ଚିତ ପ୍ରଧାନମନ୍ତ୍ରୀ ହେବି। କିନ୍ତୁ ଏହା ପ୍ରଥମ କଥା ନୁହେଁ। ପ୍ରଥମ ପଦକ୍ଷେପରେ ସମସ୍ତ ଦଳ ଗୁଡ଼ିକ ବିଜେପିକୁ ହଟାଇବା ପାଇଁ ଏକଜୁଟ୍ ହେବାକୁ ପଡ଼ିବ। ଆଜି ନୂଆଦିଲ୍ଲୀରେ ଏକ ସମ୍ମିଳନୀରେ ଯୋଗ ଦେବା ଅବସରରେ ରାହୁଲ୍ଙ୍କ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଥିବା ନେଇ ଏକ ପ୍ରଶ୍ନ କରାଯିବାରୁ େସ କହିଥିଲେ ଯେ ଏହା ହେଉଛି ଦୁଇ ପର୍ଯ୍ୟାୟ ବିଶିଷ୍ଟ ପଦ୍ଧତି। ପ୍ରଥମ ପର୍ଯ୍ୟାୟରେ ଆମକୁ ମେଣ୍ଟ ଗୁଡ଼ିକ ସହ ଆଲୋଚନା କରିବାକୁ ପଡ଼ିବ ଏବଂ ବିଜେପିକୁ ପରାସ୍ତ କରିବାପାଇଁ ଏକଜୁଟ ହେବାକୁ ପଡ଼ିବ। ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବା ପରେ ହିଁ କିଏ ପ୍ରଧାନମନ୍ତ୍ରୀ ହେବ, ସେ ନେଇ ନିଷ୍ପତ୍ତି ନିଅାଯିବ।
ମାୟାଙ୍କ ନିଷ୍ପତ୍ତି: କଂଗ୍ରେସକୁ ଫରକ ପଡ଼ିବନି
ନୂଆଦିଲ୍ଲୀ: ବିଏସ୍ପି ସୁପ୍ରିେମା ମାୟାବତୀ ରାଜସ୍ଥାନ ଏବଂ ଏମ୍ପି ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢ଼ିବ ବୋଲି ଘୋଷଣା କରିବାପରେ କଂଗ୍ରେସକୁ ଶକ୍ତ ଝଟ୍କା ଲାଗିଛି। ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ ହେବନି ବୋଲି ମାୟାବତୀ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନ ନେଇ କଂଗ୍ରେସ ସହ ମେଣ୍ଟ ହେବ କି ନା’ ସେ ବାବଦରେ ମାୟା କିଛି ସ୍ପଷ୍ଟ କରିନାହାନ୍ତି। ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କହିଛନ୍ତି ଯେ ଆସନ୍ତା ନିର୍ବାଚନରେ ବିଏସ୍ପି, କଂଗ୍ରେସ ସହ େମଣ୍ଟ ନକଲେ ବି ଏହା କଂଗ୍ରେସ ଉପରେ କୌଣସି ଫରକ ପଡ଼ିବନି। ଦଳ ଆସନ୍ତା ବିଧାନସଭା ନିର୍ବାଚନରେ ମଧ୍ୟପ୍ରେଦଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ଜିତିବ ବୋଲି ରାହୁଲ ଦୃେଢ଼ାକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷେ ରାହୁଲ ସ୍ପଷ୍ଟ କରି କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ ବିଏସ୍ପି କଂଗ୍ରେସ ସହ ମେଣ୍ଟ କରିବ। ଜାତୀୟ ନିର୍ବାଚନରେ ଦଳ ଗୁଡ଼ିକ ଏକାଠି ହେବେ। ନିର୍ଦ୍ଦିଷ୍ଟ ଭାବେ ଉତ୍ତରପ୍ରଦେଶରେ ହିଁ ଦଳ ଗୁଡ଼ିକ ଏକାଠି ହେବେ ବୋଲି ରାହୁଲ କହିଛନ୍ତି।
Follow Us