Photo Courtesy of India Today
ଗୁଜୁରାଟ: ଗୁଜୁରାଟ ଗସ୍ତରେ ଥିବା ରାହୁଳ ଗାନ୍ଧୀ ବାଉଳା ହୋଇ ଛୋଟା ଉଦୟପୁର ଜିଲ୍ଲାସ୍ଥିତ ଏକ ମହିଳା ଟଏଲେଟ୍ରେ ପଶି ଯାଇଥିଲେ।
ଯୁବ ସମାଜ ସହ ଭାବ ଆଦାନ ପ୍ରଦାନ ନିମନ୍ତେ ‘ସମ୍ବନ୍ଧ’ କାର୍ଯ୍ୟକ୍ରମ ସକାଶ ରାହୁଳ ଗାନ୍ଧୀ ସେ ଜିଲ୍ଲାରେ ଅବସ୍ଥାନ କରୁଥିଲେ।
କାର୍ଯ୍ୟକ୍ରମ ଶେଷ କରି ଟାଉନ୍ ହଲ୍କୁ ଫେରିବା ସମୟରେ ସେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଟଏଲେଟ୍ରେ ପଶି ଯାଇଥିଲେ। ଯୋଗକୁ କେଉଁଟା ମହିଳାମାନଙ୍କ ପାଇଁ କେଉଁଟା ପୁରୁଷମାନଙ୍କ ପାଇଁ ତାହା ଚିହ୍ନିତ ହୋଇ ନ ଥିଲା।
କିନ୍ତୁ, ସେଠାରେ ‘ମହିଲାଓ ମାତେ ସଉଚାଲୟ’ ବୋଲି ଗୁଜୁରାଟୀ ଭାଷାରେ ଏକ ପୋଷ୍ଟର ଲଗା ଯାଇଥିଲା। ଗୁଜୁରାଟୀ ପଢ଼ି ନ ଜାଣି ଥିବାରୁ ରାହୁଳ ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଟଏଲେଟ୍ରେ ପଶି ଯାଇଥିଲେ ବୋଲି କୁହା ଯାଉଛି।
ଏହି ଘଟଣା ପରେ, ତାଙ୍କର ଭୁଲ୍ ସଂକ୍ରାନ୍ତରେ ଶୁଣିବାକୁ ଟଏଲେଟ୍ ବାହାରେ କାଣ୍ଡି ହୋଇଥିବା ସାମ୍ବାଦିକମାନଙ୍କୁ ରାହୁଳଙ୍କ ସାଥିରେ ଯାଇଥଇବା ଏସ୍ପିଜି ଘଉଡ଼ାଇ ଦେଇଥିଲେ।
ରାହୁଳ ଟଏଲେଟ୍ରୁ ବାହାରିବା ପରେ ସେଠାରେ ଉପସ୍ଥିତ ଜନତା ହସି ପକାଇଥିଲେ ବୋଲି ଜଣା ପଡ଼ିଛି। ସମୁଦାୟ ଦୃଶ୍ୟାବଳୀ ସେଠାରେ ଉପସ୍ଥିତ ସାମ୍ବାଦିକମାନେ ରେକର୍ଡ କରିଛନ୍ତି।
Follow Us