ନୂଆଦିଲ୍ଲୀ : ଦିଲ୍ଲୀର କନ୍ଷ୍ଟିଚ୍ୟୁସନ କ୍ଲବ୍ରେ ଅଖିଳ ଭାରତ କଂଗ୍ରେସ କମିଟିି ଅଧିବେଶନର ଆଜି ଆରମ୍ଭ ହୋଇଛି ମାନସମନ୍ଥନ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଉଦ୍ବୋଧନ ଦେଇ କହିଛନ୍ତି କଂଗ୍ରେସର ଦଳୀୟ ଚିହ୍ନ ହିଁ ଏକମାତ୍ର ଚିହ୍ନ ଯାହା ସମଗ୍ର ଭାରତକୁ ଯୋଡ଼ୁଛି। ସେହିପରି ଶ୍ରୀ ଗାନ୍ଧୀ କହିଛନ୍ତି ଯେ ବିଜେପି ଘୃଣା ବାଣ୍ଟୁଥିବା ବେଳେ କଂଗ୍ରେସ ପ୍ରେମ ବାଣ୍ଟୁଛି। ଶ୍ରୀ ଗାନ୍ଧୀ କହିଛନ୍ତି ଯେ ଏ ଦେଶ ହେଉଛିି ସମସ୍ତଙ୍କର ଓ କଂଗ୍ରେସ ଦଳ ଯାହା କରିବ ସମସ୍ତଙ୍କ ଭଳ ପାଇଁ ହିଁ କରିବ ବୋଲି ଶ୍ରୀ ଗାନ୍ଧୀ କହିବା ସହିତ ବିଜେପି ଆଡ଼କୁ ପରୋକ୍ଷ ଇଙ୍ଗିତ କରିଛନ୍ତି।
ଏହିି ଅଧିବେଶନରେ ଆଗମୀ ନିର୍ବାଚନ ଓ କଂଗ୍ରେସର ନୀତି ନେଇ ପାଇଁ ରାହୁଲ ଗାନ୍ଧୀ ରୋଡ୍ ମ୍ୟାପ୍ ଓ ଗାଇଡ ଲାଇନ୍ ପ୍ରସ୍ତୁତ କରି କଂଗେସ କର୍ମୀଙ୍କ ଆଗରେ ଉପସ୍ଥାପନ କରିବେ। ବିଶେଷ କରି ଦଳର ପୁରୁଖା ନେତାଙ୍କ ସହିତ ନୂଆ ନେତାଙ୍କୁ ଯୋଡ଼ି ଶ୍ରୀ ଗାନ୍ଧୀ ବିଜେପିର ବିକଳ୍ପ ଭାବେ କଂଗ୍ରେସ ଦଳକୁ ପୁଣି ପ୍ରସ୍ତୁତ କରିବାକୁ ଉଦ୍ୟମ କରିବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ଯାହାଫଳରେ କି କଂଗ୍ରେସ କର୍ମୀମାନେ ବିଜେପି ଦଳକୁ ପରାସ୍ତ କରି କଂଗ୍ରେସ ଦଳକୁ ପୁଣି କ୍ଷମତାସୀନ କରିପାରିବେ ବୋଲି ଶ୍ରୀ ଗାନ୍ଧୀ ଆଶା କରିଛନ୍ତି।
Follow Us