ପୁଣି କଂଗ୍ରେସର ଅଧ୍ୟକ୍ଷ ହୋଇପାରନ୍ତି ରାହୁଲ: ପରୋକ୍ଷ ସୂଚନା ଦେଲେ ଭେନୁଗୋପାଲ୍‌

ପୁଣି କଂଗ୍ରେସର ଅଧ୍ୟକ୍ଷ ହୋଇପାରନ୍ତି ରାହୁଲ: ପରୋକ୍ଷ ସୂଚନା ଦେଲେ ଭେନୁଗୋପାଲ୍‌

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଦଳୀୟ ଅଧ୍ୟକ୍ଷ ଭାବେ ଫେରାଇ ଆଣିବାର ଯୋଜନା କରୁଛି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ହାରିବା ପରେ ରାହୁଲ ଏହି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ଦେବାର ପ୍ରାୟ ଛଅ ମାସ ପରେ ପୁଣି ଥରେ ତାଙ୍କ ଫେରିବାକୁ ନେଇ ଚର୍ଚ୍ଚା ହେଉଛି।

କେରଳର ୱାୟାନାଡର ବରିଷ୍ଠ ଦଳୀୟ ନେତା କେସି ଭେନୁଗୋପାଲ୍‌ ଗଣମାଧ୍ୟମରେ କହିଛନ୍ତି, ‘ରାହୁଲ ସେ ସମୟରେ ଭାବପ୍ରବଣ ହୋଇ ଏପରି ନିଷ୍ପତ୍ତି ନେଇଥିଲେ। ସେ ଖୁବ୍ ଶୀଘ୍ର ଅଧ୍ୟକ୍ଷ ଭାବେ ଦଳକୁ ଫେରିବେ।’

publive-image (Photo credits: IANS)

ସେ ଆହୁରି ବି କହିଛନ୍ତି, ‘ଦେଶ ଏକ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି। ଦଳକୁ ତାଙ୍କ ନେତୃତ୍ବର ଆବଶ୍ୟକତା ରହିଛି। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଥିବା ଦଳୀୟ କାର୍ଯ୍ୟକର୍ତ୍ତା ଓ ଆମେ ସମସ୍ତେ ଆଶା ରଖିଛୁ ଯେ ରାହୁଲ ଗାନ୍ଧୀ ଖୁବ୍ ଶୀଘ୍ର ଫେରିବେ।’

ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନରେ ଦଳ ଶୋଚନୀୟ ଭାବେ ହାରିବା ପରେ ରାହୁଲ ଜୁଲାଇ ମାସରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ନିର୍ବାଚନରେ କଂଗ୍ରେସ ମାତ୍ର ୫୨ଟି ଆସନ ହାତେଇଥିବା ବେଳେ ରାହୁଲ ଗାନ୍ଧୀ ପରିବାରର ଗଡ଼ କୁହାଯାଉଥିବା ଆମେଥିରୁ ହାରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe