PHOTO-JANSATTA
ନୂଆଦିଲ୍ଲୀ: ଗଲୱାନ ଉପତ୍ୟକାରେ ଚୀନ୍-ଭାରତ ମଧ୍ୟରେ ଘଟିଥିବା ଜୁନ୍ ୧୫ ସଂଘର୍ଷ ପରେ ରାହୁଲ ଗାନ୍ଧୀ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ଚୀନ୍ ଭାରତର ଭୂମିକୁ ନିଜ ଦଖଲକୁ ନେଇ ଯାଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ମୋଦିଜୀଙ୍କ ଶାସନ କାଳରେ ଚୀନ୍ ଭାରତର ଭୂମିକୁ ଦଖଲ କରିଥିବାବେଳେ ପ୍ରଧାନମନ୍ତ୍ରୀ କ’ଣ କରୁଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ରାହୁଲ ଟ୍ବିଟ୍ କରି କହିଛନ୍ତି, ଏମିତି କ’ଣ ହେଲା ଯେ, ମୋଦିଜୀଙ୍କ ଭାରତ ମାତାର ପବିତ୍ର ଜମି ଚୀନ୍ ଛଡ଼ାଇ ନେଇଗଲା? ସୂଚନାଯୋଗ୍ୟ, ଗତ ଜୁନ୍ ୧୫ରେ ଚୀନ୍-ଭାରତ ସେନାର ସଂଘର୍ଷ ଫଳରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ତେବେ ଚୀନ୍ର କେତେ ଯବାନ ସହିଦ ହୋଇଛନ୍ତି ଚୀନ୍ ଏ ପର୍ଯ୍ୟନ୍ତ ସରକାରୀ ଭାବେ ପ୍ରକାଶ କରିନାହିଁ।
Follow Us