କହ୍ନେୟା କାନ୍ଧରେ ରାହୁଲଙ୍କ ‘ହାତ’: କଣ କହ୍ନେୟା କୁମାରଙ୍କ ଭରସାରେ ‘ବିହାର’ ବାଜି ଲଢିବ କଂଗ୍ରେସ ?

CONGRESS IN BIHAR

Photograph: (Sambad.in)

ପାଟଣା: କହ୍ନେୟା କୁମାରଙ୍କ ଭରସାରେ ବିହାର ନିର୍ବାଚନ ଲଢିବ କି କଂଗ୍ରେସ ? କଣ କହ୍ନେୟା କୁମାର କଂଗ୍ରେସକୁ ୨୦୨୫ ନିର୍ବାଚନର ନଈ ପାର୍ କରେଇ ପାରିବେ ? କହ୍ନେୟା କାନ୍ଧରେ ରାହୁଲଙ୍କ ‘ହାତ’ ଥିବା ନେଇ ଯେଉଁ ଚର୍ଚ୍ଚା ଆଗରୁ ହେଉଥିଲା ଆଜି ତାହା ଫର୍ଚ୍ଚା ହୋଇଛି । ଯେତେବେଳେ ବିହାର ନିର୍ବାଚନ ପୂର୍ବରୁ କହ୍ନେୟା କୁମାରଙ୍କ ପଦଯାତ୍ରାରେ ସାମିଲ ହୋଇ ଶକ୍ତିପ୍ରଦର୍ଶନ କରିଛନ୍ତି ରାହୁଲ । ଆଉ କହ୍ନେୟାଙ୍କ ସହ ପଦଯାତ୍ରାରେ ୩ କିଲୋମିଟର ଯାଇଛନ୍ତି ରାହୁଲ । କୁହାଯାଉଛି କହ୍ନେୟା କୁମାର ହେଉଛନ୍ତି ଭାଗ୍ୟବାନ । କାରଣ ବିହାର ଭଳି ରାଜ୍ୟରେ କଂଗ୍ରେସର ପରିସ୍ଥିତି ଖରାପ ଥାଇ ବି କହ୍ନେୟା କୁମାର କଂଗ୍ରେସର ଚେହେରା ଭାବେ ନିଜର ପତିଆରା ଜାରି ରଖିଛନ୍ତି ଆଉ ରାହୁଲ ତାଙ୍କ ପଦଯାତ୍ରାରେ ସାମିଲ ହେବା ଏକ କହ୍ନେୟାଙ୍କ କ୍ୟାରିୟର ପାଇଁ ଏକ ବଡ ସୁଯୋଗ ବୋଲି କୁହାଯାଉଛି । କାରଣ ଦିଲ୍ଲୀରେ ହେଉଥିବା କଂଗ୍ରେସର ଅନେକ ଆଞ୍ଚଳିକ ରାଲିରେ ଯୋଗ ଦେଉନଥିବା ରାହୁଲ କିନ୍ତୁ ବିହାର ଭଳି ରାଜ୍ୟରେ କହ୍ନେୟା କୁମାରଙ୍କ ରାଲିରେ ସାମିଲ ହେବାକୁ ପହଞ୍ଚିଯାଇଛନ୍ତି । ଯାହା ବିହାର ରାଜନୀତିର ପାରାକୁ ଉଷ୍ମ କରିଛି ।

ଏହି ଘଟଣା ହିଁ ଦର୍ଶାଉଛି କି କଂଗ୍ରେସ ବିହାର ବିଧାନସଭା ନିର୍ବାଚନକୁ କେତେ ଗୁରୁତ୍ବ ଦେଉଛି ଆଉ ଏଥର ନିର୍ବାଚନରେ ନିଜ ଫୋକସ ପଏଣ୍ଟରେ ରଖିଛି । ଯାହା ବି ହେଉ ଏଥର ବିହାରରେ କଂଗ୍ରେସ ସରକାର ଗଢିବ କିମ୍ବା ଅଧିକ ଆସନରେ ବିଜୟୀ ହେବ । ଏହି ସଂକଳ୍ପ ନେଇ କଂଗ୍ରେସ ବିହାରକୁ ଗୁରୁତ୍ବ ଦେଉଥିବା ବେଳେ ରାହୁଲଙ୍କ ଗତ ୪ ମାସରେ ତିନି ତିନି ଥର ଗସ୍ତ ଏହି କଥାକୁ ଆହୁରି ସୁଦୃଢ କରିଛି । ଏବଂ କୁହାଯାଉଛି ରାହୁଲ କହ୍ନେୟାଙ୍କ ଉପରେ କିଛି ଗୁରୁଦାୟିତ୍ବ ଦେଇପାରନ୍ତି । ଆଉ ୭ରୁ ୮ ମାସ ଭିତରେ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ କଂଗ୍ରେସର ଆଗୁଆ ପ୍ରସ୍ତୁତି ଏବଂ ରାହୁଲ-କହ୍ନେୟାଙ୍କ ଜବରଦସ୍ତ ଯୋଡି ବିଜେପି ଶିବିରରେ ଚର୍ଚ୍ଚାର କାରଣ ସାଜିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe