ଟିଭି କଳାକାର କହିଲେ, ‘ରାହୁଲ ପ୍ରଧାନମନ୍ତ୍ରୀ ବନିବା ପରେ ହିଁ ମୁଁ ମୋର ପତ୍ନୀ ଓ ଝିଅର ଭରଣପୋଷଣ ଦାୟିତ୍ୱ ନେବି’

ଟିଭି କଳାକାର କହିଲେ, ‘ରାହୁଲ ପ୍ରଧାନମନ୍ତ୍ରୀ ବନିବା ପରେ ହିଁ ମୁଁ ମୋର ପତ୍ନୀ ଓ ଝିଅର ଭରଣପୋଷଣ ଦାୟିତ୍ୱ ନେବି’

zeenews

ଇନ୍ଦୋର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନ୍ୟୁନତମ ସହାୟତା ଯୋଜନା ସମ୍ବନ୍ଧୀୟ ନିର୍ବାଚନ ଘୋଷଣାକୁ ନେଇ ଜଣେ ଟିଭି କଳାକାର ନିଜର ଦୁର୍ବଳ ଆର୍ଥିକ ଅବସ୍ଥାକୁ ନେଇ ପରିବାର ନ୍ୟାୟାଳୟଙ୍କୁ ନିଜ ଅସୁବିଧା ଜଣାଇଛନ୍ତି। ଏବଂ କହିଛନ୍ତି କି, କଂଗ୍ରେସ ସରକାର ଆସିବା ପରେ  ‘ନ୍ୟାୟ’ ଜରିଆରେ ମିଳିବାକୁ ଥିବା ଟଙ୍କାରୁ ପତ୍ନୀ ଓ ଝିଅର ଭରଣପୋଷଣ ଭତ୍ତା ଦେଇ ପାରିବି। ସେଥିପାଇଁ ଏହି ଭତ୍ତା ଦେବା ଉପରେ ରୋକ୍‌ ଲଗାଯାଇଛି।

ଟିଭି କଳାକାର ଆନନ୍ଦ ଶର୍ମା (୩୮) ପରିବାର ନ୍ୟାୟାଳୟ ସାମ୍ନାରେ ଶୁକ୍ରବାର ଏହି ଆଶା ନେଇ ଆବେଦନ କରିଛନ୍ତି। ଶର୍ମାର ପତ୍ନୀ ଓ ତାର ୧୨ବର୍ଷୀୟ ଝିଅ ଗତ କିଛିଦିନ ହେବ ଅଲଗା ଭାବେ ରହୁଛନ୍ତି। ପତି-ପତ୍ନୀ ମଧ୍ୟରେ ବିବାଦକୁ ନେଇ ଅନେକ ଦିନ ହେବ ମାମଲା ବିଚାରଧୀନ ଭାବେ ରହିଛି।

publive-image Zee News

ଶର୍ମାଙ୍କ ଓକିଲ ମୋହନ ପାଟିଦାର ଶନିବାର କହିଛନ୍ତି କି, ପରିବାର ନ୍ୟାୟାଳୟ ଏହି ମାମଲାର ଶୁଣାରି ଏପ୍ରିଲ ୨୯ରେ କରିବେ ବୋଲି ଘୋଷଣା କରିଛନ୍ତି। ଅଦାଲତ ଶର୍ମାଙ୍କୁ ମାର୍ଚ୍ଚ ୧୨ରେ ଆଦେଶ ଦେଇଥିଲେ କି ସେ ତାଙ୍କ ପତ୍ନୀ ଓ ଝିଅକୁ ୪,୫୦୦ ଟଙ୍କା ପ୍ରତିମାସ ଅନ୍ତରରେ ଭରଣ-ପୋଷଣ ପାଇଁ ଦିଅନ୍ତୁ।

ନିଜକୁ ସଂଘର୍ଷଶୀଳ ଟିଭି କଳାକାର କହୁଥିବା ଶର୍ମାଙ୍କ ନିଜ ଆବେଦନରେ କହିଛନ୍ତି, ଅଦାଲତ କଂଗ୍ରେସ ସରକାର ବନିବା ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ଉପରେ ରୋକ୍‌ ଲଗାଯାଉ, କାରଣ ସମ୍ପ୍ରତି ତାଙ୍କ ଆର୍ଥିକସ୍ଥିତି ଟିକ୍‌ ନାହିଁ। ଯଦି କଂଗ୍ରେସ ସରକାର ଆସେ ତେବେ ବ୍ୟାଙ୍କ ଖାତରେ ‘ନ୍ୟାୟ’ ଜରିଆରେ ପ୍ରତିମାସ ୬ହଚାର ଟଙ୍କା ଜମା ହେବ। ଏଥିରୁ ୪,୫୦୦ଟଙ୍କା ସେ ଭରଣ ପୋଷଣ ବାବଦକୁ ପତ୍ନୀ ଓ ଝିଅକୁ ଦେଇ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe