(Photo Credits: IANS)
ନୂଆଦିଲ୍ଳୀ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମାକୁ ନେଇ ଶେଷରେ ନିଜର ନୀରବତା ଭଙ୍ଗ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ରାହୁଲ ଗାନ୍ଧୀ। ଲୋକସସଭାରେ ନିଜର ମତ ରଖି ରାହୁଲ କହିଛନ୍ତି, ‘ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା କରାଯାଇଛି।’ ଲୋକସଭାରେ ପ୍ରଶ୍ନ କାଳ ସମୟରେ ରାହୁଲ ଏପରି କହିଥିବା ସୂଚନା ରହିଛି। ସୂଚନା ଥାଉ କି, ମହାରାଷ୍ଟ୍ରରେ ଚାଲିଥିବା ହାଇ ଭୋଲ୍ଟେଜ୍ ଡ୍ରାମାକୁ ନେଇ ଗତ ଏକ ମାସ ହେବ ରାହୁଲ ତାଙ୍କର ମୁହଁ ଖୋଲିନଥିଲେ।
ସେ କହିଛନ୍ତି କି ‘ଗୃହରେ ମୁଁ ମୋର ଏକ ପ୍ରଶ୍ନ ପଚାରିବାକୁ ଚାହୁଁଥିଲି। ଯେହେତୁ ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା କରାଯାଇଛି ତେଣୁ ପ୍ରଶ୍ନ ପଚାରିବାର କୌଣସି ମାନେ ନାହିଁ।’
Zoom Newsଉଲ୍ଲେଖଯୋଗ୍ୟ, ରାତିରେ ଶିବସେନା, ଏନ୍ସିପି ଓ କଂଗ୍ରେସ ମିଳିତ ସରକାର ଗଠନ କରିବାର ନିଷ୍ପତ୍ତି ନେଇଥିବା ବେଳେ ବଡ଼ି ଭୋରୁ ଖେଳ ଓଲଟି ଯାଇଥିଲା। ଭାରତୀୟ ଜନତା ପାର୍ଟିର ନେତା ଦେବେନ୍ଦ୍ର ଫଡ୍ନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ କରିଥିବା ବେଳେ ତାଙ୍କ ଦଳକୁ ସମର୍ଥନ ଦେଇଥିବା ଏନ୍ସିପି ନେତା ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନେଇ ରାହୁଲ ଏପରି ମନ୍ତବ୍ୟ ଦେଇଛନ୍ତି।
Follow Us