ବିଶେ‌‌ଷ ସୂତ୍ରରୁ ଖବର ପାଇଛି ଚକ୍ରବ୍ୟୁହ ଭାଷଣ ପରେ ମୋ ଘରେ ପଶିବ ଇଡି

ବିଶେ‌‌ଷ ସୂତ୍ରରୁ ଖବର ପାଇଛି ଚକ୍ରବ୍ୟୁହ ଭାଷଣ ପରେ ମୋ ଘରେ ପଶିବ ଇଡି

ନୂଆଦିଲ୍ଲୀ: ଗତ୨୯ ତାରିଖରେ ଲୋକସଭାରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି।

ରାହୁଲ କହିଛନ୍ତି, ‘କିଛିଦିନ ତଳେ ମୁଁ ସଂସଦରେ ଦେଇଥିବା ମୋର ଚକ୍ରବ୍ୟୁହ ଭାଷଣ ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ ଆସିନାହିଁ। ତେଣୁ ବିରୋଧୀ ମୋ’ଠୁ ପ୍ରତିଶୋଧ ନେବାକୁ ଯୋଜନା କରୁଛନ୍ତି। ଏମିତି କି କିଛିଦିନ ମଧ୍ୟରେ ମୋ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିବ। ଏକଥା ମୁଁ କିଛି ବିଶେ‌‌ଷ ସୂତ୍ରରୁ ଖବର ପାଇଛି।

ତେବେ ଏହି ସୂଚନା ପାଇବା ପରେ ଲୋକେ ଭାବୁଥିବେ ମୁଁ ଭୟଭୀତ ହୋଇଯାଇଛି। କିନ୍ତୁ ସେପରି କିଛି ନୁହେଁ। ମୁଁ ତ ଇଡିର ଆଗମନକୁ ଉତ୍ସାହର ସହ ଅପେକ୍ଷା କରି ରହିଛି। ଇଡି ଯେଉଁଦିନ ମୋ ଘରକୁ ଆସିବ ନିଶ୍ଚୟ ଚା’ ଓ ବିସ୍କୁଟ ଦେଇ ସ୍ବାଗତ କରିବି।

ଗତ ୨୯ ତାରିଖରେ ଲୋକସଭାରେ ରାହୁଲ ଗାନ୍ଧି ଉପସ୍ଥିତ ଥିଲେ। ଏହି ସମୟରେ ସେ ମହାଭାରତର ଚକ୍ରବ୍ୟୁହର ଉଦାହରଣ ଦେଇଥିଲେ। ଆଉ କହିଥିଲେ ଅଭିମନ୍ୟୁଙ୍କୁ ଚକ୍ରବ୍ୟୁହରେ ଫସାଇଲା ଭଳି ବିଜେପି ପଦ୍ମବ୍ୟୁହରେ ଭାରତକୁ ଫସାଇଛି’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe