ସଂସଦରେ ଭଉଣୀର ପ୍ରଥମ ଦିନ; ଖୁସିରେ ଫଟୋ ଉଠାଇଲେ ରାହୁଲ

Advertisment

ୱାୟାନାଡ଼ର ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ। ଭଉଣୀଙ୍କ ସଂସଦରେ ପ୍ରବେଶ ନେଇ ବେଶ୍‌ ଖୁସି ଅଛନ୍ତି ରାହୁଲ୍‌। ପ୍ରଥମ ଥର ନିର୍ବାଚନ ଲଢିଲେ ଆଉ ଜିତିଲେ ମଧ୍ୟ ।

ୱାୟାନାଡ଼ର ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ। ଭଉଣୀଙ୍କ ସଂସଦରେ ପ୍ରବେଶ ନେଇ ବେଶ୍‌ ଖୁସି ଅଛନ୍ତି ରାହୁଲ୍‌। ପ୍ରଥମ ଥର ନିର୍ବାଚନ ଲଢିଲେ ଆଉ ଜିତିଲେ ମଧ୍ୟ ।

 NDTV

ନୂଆଦିଲ୍ଳୀ: ୱାୟାନାଡ଼ର ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ। ଭଉଣୀଙ୍କ ସଂସଦରେ ପ୍ରବେଶ ନେଇ ବେଶ୍‌ ଖୁସି ଅଛନ୍ତି ରାହୁଲ୍‌।

ପ୍ରଥମ ଥର ନିର୍ବାଚନ ଲଢିଲେ ଆଉ ଜିତିଲେ ମଧ୍ୟ । ପ୍ରିୟଙ୍କା ଗାନ୍ଧୀ ୱାୟନାଡ ଲୋକସଭା ଉପନିର୍ବାଚନରେ ଏକ ବଡ ସଫଳତା ପାଇଛନ୍ତି । ସେ ୪ ଲକ୍ଷରୁ ଅଧିକ ଭୋଟରେ ଜିତିଛନ୍ତି । ଭୋଟ୍ କ୍ଷେତ୍ରରେ ନିଜ ଭାଇ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ପ୍ରିୟଙ୍କା । ପ୍ରଥମ ଥରରେ ସେ ଏକ ଐତିହାସିକ ବିଜୟ ଲାଭ କରିଛନ୍ତି ।

ତେବେ ଶପଥ କାର୍ଯ୍ୟକ୍ରମରେ ସଂସଦରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । ନିଜ ପକେଟରୁ ମୋବାଇଲ ବାହାର କରି ନବନିର୍ବାଚିତ ଭଉଣୀର ଫଟୋ ଉଠାଇଥିଲେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ । ଭଉଣୀର ଖୁସିର ମୂହୁର୍ତ୍ତକୁ ନିଜ ମୋବାଇଲରେ କଏଦ କରିଥିଲେ ଭାଇ। ଭାଇ-ଭଉଣୀଙ୍କର ଏକ ନିଆରା ସମ୍ପର୍କ ବାରି ହୋଇପଡୁଥିଲା ପୁରା ସଂସଦରେ । ଶପଥନେଇ ସାରି ସଂସଦରେ ନିଜ ଭାଇକୁ ମଧ୍ୟ ନମସ୍କାର କରିଛନ୍ତି ପ୍ରିୟଙ୍କା ଓ ହସି ହସି ପ୍ରତି ନମସ୍କାର ଜଣାଇଛନ୍ତି ଭାଇ ରାହୁଲ ।
 
ଅନ୍ୟପଟେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରେ ପ୍ରିୟଙ୍କା, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କଠାରୁ ଆଶିର୍ବାଦ ଗ୍ରହଣ କରିଛନ୍ତି । ସେଠାରେ ମଧ୍ୟ ଏକ ଖୁସିର ମାହୋଲ ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe