ଧାର୍ମିକ ଭାବନାକୁ ଆଘାତ କରିବା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କ ନାମରେ ନ୍ୟାୟାଳୟରେ ମାମଲା

Advertisment
ଧାର୍ମିକ ଭାବନାକୁ ଆଘାତ କରିବା ଅଭିଯୋଗରେ  ରାହୁଲ ଗାନ୍ଧୀଙ୍କ ନାମରେ ନ୍ୟାୟାଳୟରେ ମାମଲା

ପାଟନା : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢିବାରେ ଲାଗିଛି। ଗତକାଲି ବିହାରରେ ତାଙ୍କ ବିରୁଦ୍ଧରେ ଧାର୍ମିକ ଭାବନାକୁ ଆଘାତ କରିଥିବାର ଅଭିଯୋଗ ଆସିଛି। ପାଟନା ସିଭିଲ୍‌ କୋର୍ଟରେ ଏହାକୁ ନେଇ ରାହୁଲ ଗାନ୍ଧୀ,କଂଗ୍ରେସ ପ୍ରମୁଖ ମଦନ ମୋହନ ଝା ଓ ଅନ୍ୟ ଚାରିଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଛି। ଏମାନଙ୍କ ନାଆଁରେ ଅଭିଯୋଗ ଯେ ଏମାନେ ହିନ୍ଦୁମାନଙ୍କର ପରମ ଆରାଧ୍ୟ ଶ୍ରୀରାମଚନ୍ଦ୍ରଙ୍କ ରୂପରେ ରାହୁଲ ଗାନ୍ଧୀଙ୍କୁ ଦର୍ଶାଯାଇଥିବାର ପୋଷ୍ଟର ଲଗାଇଛନ୍ତି। ପୋଷ୍ଟରର ଉପରେ କଂଗ୍ରେସ ପାର୍ଟି ଜିନ୍ଦାବାଦ୍‌ ଲେଖାଯାଇଛି। ଫଟୋ ତଳେ ଲେଖାଯାଇଛି ‘ବେ ରାମନାମ୍ ଜପତେ ରହେ, ତୁମ ବନକର ରାମ ଜିୟୋରେ’।

publive-image

ସେହି ପୋଷ୍ଟରରେ ରାହୁଲ ଗାନ୍ଧୀଙ୍କ ମାଆ ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଅନ୍ୟ କ୍ଷେତ୍ରୀୟ ନେତାଙ୍କ ଫଟୋ ରହିଛି। ଭାରତୀୟ ଜନତା ପାର୍ଟିର ମୁଖପାତ୍ର ପ୍ରେମ ରଂଜନ ପଟେଲ୍‌ ଓ ପ୍ରଦେଶ ଉପାଧ୍ୟକ୍ଷ ସମ୍ରାଟ ଚୌଧୁରୀ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe