Rahul Gandhi criticizes: ରାହୁଲଙ୍କ ଭୋଟ୍ ଚୋରି ଅଭିଯୋଗକୁ ସମାଲୋଚନା ସେନା, ନ୍ୟାୟପାଳିକା, ଇସିଙ୍କ ପ୍ରତିଷ୍ଠା ଉପରେ ଆକ୍ରମଣ

ଅବସରପ୍ରାପ୍ତ ବିଚାରପତି, ଅଫିସର ଓ ସେନା ଅଧିକାରୀଙ୍କ ସମେତ ୨୭୨ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ଲେଖିଥିବା ଏକ ଖୋଲା ଚିଠିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବାରମ୍ବାର ଭୋଟ୍ ଚୋରି....

Untitled-2

ନୂଆଦିଲ୍ଲୀ: ଅବସରପ୍ରାପ୍ତ ବିଚାରପତି, ଅଫିସର ଓ ସେନା ଅଧିକାରୀଙ୍କ ସମେତ ୨୭୨ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ଲେଖିଥିବା ଏକ ଖୋଲା ଚିଠିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବାରମ୍ବାର ଭୋଟ୍ ଚୋରି ଦାବି ପାଇଁ ତାଙ୍କୁ ସମାଲୋଚନା କରାଯାଇଛି। ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ସମ୍ବୋଧିତ କରି ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ, କିଛି ରାଜନୈତିକ ନେତା ପ୍ରକୃତ ନୀତିଗତ ବିକଳ୍ପ ପ୍ରଦାନ କରିବା ପରିବର୍ତ୍ତେ ଉତ୍ତେଜନାମୂଳକ ଓ ଭିତ୍ତିହୀନ ଅଭିଯୋଗ କରୁଛନ୍ତି। ଚିଠିରେ କୁହାଯାଇଛି ଯେ, ଭାରତୀୟ ସଶସ୍ତ୍ର ବାହିନୀର ବୀରତ୍ୱ ଓ ସଫଳତା ଉପରେ, ନ୍ୟାୟପାଳିକାର ନିରପେକ୍ଷତା ଉପରେ ଏବଂ ସଂସଦ ଓ ଏହାର ସାମ୍ବିଧାନିକ କାର୍ଯ୍ୟକର୍ତ୍ତାଙ୍କ ଉପରେ ପ୍ରଶ୍ନ ଉଠାଇ ସେମାନଙ୍କୁ କଳଙ୍କିତ କରିବାକୁ ଚେଷ୍ଟା କରାଯାଉଛି। ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ଅଖଣ୍ଡତା ଓ ପ୍ରତିଷ୍ଠା ଉପରେ ସେମାନେ ବ୍ୟବସ୍ଥିତ ଓ ଷଡଯନ୍ତ୍ରକାରୀ ଆକ୍ରମଣ କରୁଛନ୍ତି। ଚିଠିରେ ଅବସରପ୍ରାପ୍ତ ବିଚାରପତି ଶୁଭ୍ର କମଲ ମୁଖାର୍ଜୀ, ଜଷ୍ଟିସ ରାଜୀବ ଲୋଚନ ଓ ବିବେକ ଶର୍ମା ମଧ୍ୟ ସ୍ୱାକ୍ଷର କରିଛନ୍ତି।
ର’ର ପୂର୍ବତନ ମୁଖ୍ୟ ସଞ୍ଜୀବ ତ୍ରିପାଠୀ, ପୂର୍ବତନ ଆଇପିଏସ୍ ଅଧିକାରୀ ପ୍ରବୀଣ ଦୀକ୍ଷିତ, ପୂର୍ବତନ ଆଇଏଏସ୍ ଅଧିକାରୀ ନବୀନ କୁମାର, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ (ଡ) ବେଦ ଚତୁର୍ବେଦୀ, ଭାଇସ ଆଡମିରାଲ ଅଭୟ କରଭେ ଓ ମେଜର ଜେନେରାଲ ଆର୍‌ପିଏସ୍‌ ଭଦୌରିଆ ମଧ୍ୟ ଏଥିରେ ସ୍ବାକ୍ଷର କରିଛନ୍ତି।  ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ଦାବିକୁ ମନେ ପକାଇ ବିଶିଷ୍ଟ ବ୍ୟକ୍ତିମାନେ କହିଛନ୍ତି ଯେ, ଏସବୁ ଭିତ୍ତିହୀନ ଅଭିଯୋଗ ପାଇଁ ତାଙ୍କ ବିରୋଧରେ କୌଣସି ଆନୁଷ୍ଠାନିକ ଅଭିଯୋଗ ଦାଖଲ କରାଯାଇ ନାହିଁ।  

ଲୋକସଭା ବିରୋଧୀ ଦଳ ନେତା ବାରମ୍ବାର ନିର୍ବାଚନ କମିସନଙ୍କୁ ସମାଲୋଚନା କରି କହିଛନ୍ତି ଯେ ନିର୍ବାଚନ ଆୟୋଗ ଭୋଟ୍ ଚୋରିରେ ସମ୍ପୃକ୍ତ ଥିବା ନେଇ ତାଙ୍କ ପାଖରେ ୧୦୦ ପ୍ରତିଶତ ପ୍ରମାଣ ଅଛି।    

ସିଇସି/ଇସି ଅବସର ନେବା ପରେ ବି  ସେମାନଙ୍କୁ ହଇରାଣ କରାଯିବ ବୋଲି ମଧ୍ୟ ଧମକ ଦେଇଛନ୍ତି। ନିର୍ବାଚନ କମିସନଙ୍କୁ ବିଜେପିର ବି-ଟିମ୍ ବୋଲି କହିବା ସହ ଏସ୍ଆଇଆର୍ ଉପରେ କଂଗ୍ରେସର ସମାଲୋଚନାକୁ ଚିଠିରେ କଡ଼ା ନିନ୍ଦା କରାଯାଇଛି।
 ଚିଠିରେ କୁହାଯାଇଛି ଯେ, ନିର୍ବାଚନ ଆୟୋଗ ସର୍ବସାଧାରଣରେ ଏହାର ଏସ୍‌ଆଇଆର୍‌ ପଦ୍ଧତି ବାଣ୍ଟିଛନ୍ତି, କୋର୍ଟଙ୍କ ଅନୁମୋଦିତ ଉପାୟରେ ଯାଞ୍ଚର ତଦାରଖ କରିଛନ୍ତି, ଅଯୋଗ୍ୟ ନାମକୁ ହଟାଇଛନ୍ତି ଏବଂ ନୂତନ ଯୋଗ୍ୟ ଭୋଟରଙ୍କୁ ଯୋଡିଛନ୍ତି।  କେତେକ ରାଜ୍ୟରେ ନିର୍ବାଚନ ଫଳାଫଳ ଅନୁକୂଳ ହେଲେ ନିର୍ବାଚନ ଆୟୋଗଙ୍କ ପ୍ରତି ସମାଲୋଚନା ଅଦୃଶ୍ୟ ହୋଇଯାଏ, କିନ୍ତୁ ଯେତେବେଳେ ଫଳାଫଳ ବିରୋଧୀ ଦଳ ସପକ୍ଷରେ ନ ଯାଏ ସେତେବେଳେ ଏହାକୁ ଖଳନାୟକ ଭାବରେ ଚିତ୍ରିତ କରାଯାଏ। ଏହି ଚୟନାତ୍ମକ ଆକ୍ରୋଶ ସୁବିଧାବାଦକୁ ପ୍ରକାଶ କରେ, ବିଶ୍ୱାସକୁ ନୁହେଁ ବୋଲି ଚିଠିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe