ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରିବାକୁ ବିରୋଧ କରି କଂଗ୍ରେସର ପ୍ରଦର୍ଶନ; ରାହୁଲ ଗାନ୍ଧୀ ଅଟକ

Advertisment
ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରିବାକୁ ବିରୋଧ କରି କଂଗ୍ରେସର ପ୍ରଦର୍ଶନ; ରାହୁଲ ଗାନ୍ଧୀ ଅଟକ

www.ndtv.com

‌ନୂଆଦିଲ୍ଳୀ:  ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ଖବରକାଗଜ ମାମଲାରେ ଦ୍ବିତୀୟ ଥର ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡାକିଥିବା ବେଳେ କଂଗ୍ରେସ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୂର୍ବାହ୍ନରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କ ସହ ତାଙ୍କ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ବି ଯାଇଥିବାର ଦେଖିବାକୁ ମିଳିଥିଲେ। ସୋନିଆ ଗାନ୍ଧୀଙ୍କ ଜେରାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ‘ସଂସଦ ଟୁ ସଡ଼କ’  ସ୍ଲୋଗାନ୍ ଦିଆଯାଇ ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ ଏଥିରେ ରାହୁଲ ନେତୃତ୍ବ ନେଇଥିବାର ନଜରକୁ ଆସିଥିଲେ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିରୋଧ ପ୍ରଦର୍ଶନ ସମୟରେ ରାହୁଲଙ୍କୁ ପୁଲିସ୍‌ ବିଜୟ ଚୌକ୍ ନିକଟରେ ଘେରାଉ କରି ଅଟକ ରଖିଛି। ଆପଣ ଜାଣିଥିବେ ନିଶ୍ଚୟ ଯେ କଂଗ୍ରେସର ସାଂସଦମାନଙ୍କ ଦ୍ବାରା ସଂସଦରୁ ବିଜୟ ଚୌକ୍ ପର୍ଯ୍ୟନ୍ତ ଏହି ପ୍ରଦର୍ଶନ କରାଯାଉଥିଲ।

୨୧ ତାରିଖରେ ପ୍ରଥମ ଥର ଜେରା ପାଇଁ ପୂର୍ବାହ୍ନ ୧୧ଟାରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ନିମନ୍ତେ ସ‌ୋନିଆ ଗାନ୍ଧୀ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ପୁଅ ରାହୁଲ୍‌ ଗାନ୍ଧୀଙ୍କୁ ସାଥିରେ ନେଇ ଯାଇଥିଲେ।

ଏହାକୁ ପ୍ରତିବାଦ କରି କଂଗ୍ରେସ କର୍ମୀମାନେ ଗୋଳମାଳିଆ ପରିସ୍ଥିତ ସୃଷ୍ଟି କରିବାର ଆଶଙ୍କା ଥିବାରୁ ପୁଲିସ କଂଗ୍ରେସ ମୁଖ୍ୟାଳୟ ବାହାରେ ବାରିକେଡ୍‌ ବସାଇଥିଲା। କିନ୍ତୁ, ଉତ୍ତ୍ୟକ୍ତ ପ୍ରତିବାଦକାରୀ କଂଗ୍ରେସ କର୍ମୀମାନେ ବାରିକେଡ୍‌ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe