ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏଭଳି ଟ୍ବିଟ କଲେ ରାହୁଲ ଗାନ୍ଧୀ

Advertisment
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏଭଳି ଟ୍ବିଟ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ତାଙ୍କର ୭୨ତମ ଜନ୍ମଦିନ ଅବସରରେ ସାରା ଦେଶବାସୀଙ୍କଠାରୁ ଏବଂ ବିଦେଶରୁ ମଧ୍ୟ ତାଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ଆସୁଛି। ତେବେ ଏମଧ୍ୟରେ ବିରୋଧୀ ଦଳ କଂଗ୍ରେସର ନେତା ରାହୁଲ ଗାନ୍ଧୀ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନେକ ସମୟରେ ବିଭିନ୍ନ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ରାହୁଲ ଗାନ୍ଧୀ ଆଜି ତାଙ୍କୁ ଟ୍ବିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଟ୍ବିଟ କରି ସେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତେବେ ରାହୁଲଙ୍କ ସମେତ ବିଜେପିର ଅନେକ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମଧ୍ୟ ଶୁଭେଚ୍ଛା ଜଣାଇନଥିଲେ। ଶୁକ୍ରବାର ଦିନ ‘ସାଂଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌’ର ବାର୍ଷିକ ଶିଖର ସମ୍ମଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ପରସ୍ପରକୁ ଭେଟି ଆଲୋଚନା କରିଥିଲେ। ଏହି ଆଲୋଚନା ବ‌େଳେ ପୁଟିନ୍‌ ଭାରତକୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ ବି ଜନ୍ମଦିନ ଉପଲକ୍ଷେ ପ୍ରିୟ ବନ୍ଧୁ ମୋଦୀଙ୍କୁ ଶୁଭକାମନା ଜଣାଇ ନ ଥିଲେ।

ଏ ସଂକ୍ରାନ୍ତରେ କହିବା ବେଳେ ରାଷ୍ଟ୍ରପତି ପୁଟିନ୍‌ କହି‌ଲେ, ଭାରତକୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି। ପ୍ରିୟ ବନ୍ଧୁ, ମୁଁ ମଧ୍ୟ ଜାଣେ ଯେ ଆସନ୍ତାକାଲି, ଆପଣ ଜନ୍ମଦିନ ପାଳନ କରିବେ। କିନ୍ତୁ, ରୁଷୀୟ ପ୍ରଥା ଅନୁସାରେ, ଆମେ ଆଗତୁରା ଅଭିନନ୍ଦନ ଜଣାଉନାହିଁ। ସେହି କାରଣରୁ ମୁଁ ଅଭିନନ୍ଦନ ଜଣାଇ ପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe