ଭାଷଣ ଦେବା ସମୟରେ ନିଜ ମୁଖ୍ୟମନ୍ତ୍ରୀମାନଙ୍କ ନାଁ ଭୁଲିଗଲେ ରାହୁଲ ଗାନ୍ଧୀ, ଭିଡିଓ ଭାଇରାଲ ହେବା ପରେ ହେଲେ ଟ୍ରୋଲ

Advertisment
ଭାଷଣ ଦେବା ସମୟରେ ନିଜ ମୁଖ୍ୟମନ୍ତ୍ରୀମାନଙ୍କ ନାଁ ଭୁଲିଗଲେ ରାହୁଲ ଗାନ୍ଧୀ, ଭିଡିଓ ଭାଇରାଲ ହେବା ପରେ ହେଲେ ଟ୍ରୋଲ

oneindia.com

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସବୁବେଳେ ନିଜର ଭୁଲ ପାଇଁ ଟ୍ରୋଲ ହୋଇଥାନ୍ତି । ଏବେ ପୁଣି ଥରେ ସେ ନିଜ ଦଳର ମୁଖ୍ୟମନ୍ତ୍ରୀଙ୍କ ନାଁ ଭୁଲିଯିବାରୁ ଟ୍ରୋଲିଂର ଶିକାର ହୋଇଥିବା ଦେଖା ଯାଇଛି । ଭାଇରାଲ ହୋଇଥିବା ଭିଡିଓରେ, ରାହୁଲ ଗାନ୍ଧୀ ନିମଚକୁ ନିର୍ବାଚନୀ ରାଲିରେ ଯୋଗ ଦେବା ପାଇଁ ପହଞ୍ଚିଥିବା ଦେଖାଯାଇଛି । ଏଠାରେ ମଞ୍ଚ ଉପରେ ବସିଥିବା କଂଗ୍ରେସ ନେତାଙ୍କୁ ସମ୍ବୋଧନ କରି ରାହୁଲ ଗାନ୍ଧୀ ନିଜର ଭାଷଣ ଆରମ୍ଭ କରୁଛନ୍ତି ।

ନିଜର ଭାଷଣ ଆରମ୍ଭ କରି, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲାଜୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହୁକୁମ ସିଂହ କରାଡ଼ାଜୀ......... ବୋଲି କହୁଛନ୍ତି ରାହୁଲ ଗାନ୍ଧୀ । ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କଂଗ୍ରେସର ଶାସନ ଚାଲିଥିବା ବେଳେ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିଜ ମୁଖ୍ୟମନ୍ତ୍ରୀମାନଙ୍କର ନାଁ ଭୁଲିଯିବା ଦେଖି ଲୋକେ ତାଙ୍କୁ ଥଟ୍ଟା କରିବା ଆରମ୍ଭ କରିଛନ୍ତି । କାରଣ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏବେ କମଲ ନାଥ ଥିବା ବେଳେ ଛତିଶଗଡ଼ରେ ଭୁପେଶ ବଘେଲ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଦୁହିଁଙ୍କୁ ନିଜେ ରାହୁଲ ଗାନ୍ଧୀ ହିଁ ନିଯୁକ୍ତି ଦେଇଥିବା ବେଳେ ଏବେ ସେମାନଙ୍କ ନାଁ ଭୁଲିଯିବାକୁ ନେଇ ତାଙ୍କୁ ସମାଲୋଚନା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe