Image Courtesy of HT
ଚଣ୍ଡିଗଡ଼: ରାହୁଳ ଉପଯୁକ୍ତ ସ୍ଥାନରେ, ଉପଯୁକ୍ତ ସମୟରେ ଅବତ୍ତୀର୍ଣ୍ଣ ହୋଇଛି। ଯଦି ସେ କଂଗ୍ରେସର ନେତୃତ୍ୱ ନେବା କଥା କହୁଛି, ସେ ନିଶ୍ଚୟ ନେଇ ପାରିବ। - କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ସମ୍ବନ୍ଧରେ ଏ କଥା କହିଛନ୍ତି ନୟନତାରା ସେହଗଲ୍। ଶେଷରେ ବଡ଼ ଭୂମିକାରେ ନିର୍ବାହ କରିବାକୁ ପୁତୁରା-ଅଣନାତିଙ୍କ ଠାରେ ଆଶା ଓ ଭରସା ଦେଖିଛନ୍ତି ୯୦ ବର୍ଷୀୟ ସେହଗଲ୍।
ସେ ସରକାରଙ୍କ ନୀତି ସମ୍ବନ୍ଧରେ ଦୃଢ଼ ବିବୃତି ଦେଉଛି। ଯଦି ସେ ନେତୃତ୍ୱ ନେବାକୁ ଯଦି ତା’ର ଦକ୍ଷତା ଅଛି ବୋଲି ସେ ଭାବୁଛି, ତା’ର ଦକ୍ଷତା ଅଛି। ଏହା ହେଉଛି ଜଣକର ଆତ୍ମ ବିଶ୍ୱାସର କଥା ବୋଲି ସେହଗଲ୍ କହିଛନ୍ତି। ରାହୁଳ ଏବେ ତାଙ୍କ ସହ ସମ୍ପର୍କ ରଖିଛନ୍ତି କିନ୍ତୁ, ସୋନିଆ ସମ୍ପର୍କ ରଖିଥିଲେ ବୋଲି ସେ କହିଛନ୍ତି।
ସୁପରିଚିତା ଲେଖିକା ସେହଗଲ୍ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ଭଉଣୀ ବିଜୟ ଲକ୍ଷ୍ମୀ ପଣ୍ଡିତଙ୍କ ତିନି ଝିଅଙ୍କ ମଧ୍ୟରୁ ମଧ୍ୟମା।
Image Courtesy of DNA Indiaଅନ୍ୟମାନଙ୍କ ପରି ନରେନ୍ଦ୍ର ମୋଦି ସରକାରଙ୍କ ହିନ୍ଦୁତ୍ୱ ଆଜେଣ୍ଡାକୁ ଖୋଲାଖୋଲି ସମାଲୋଚନା କରୁଥିବା ସେହଗଲ୍ ବିରୋଧୀଦଳଙ୍କର ପାରିବାର ନେତା ଅଭାବ ବୋଲି ଭାବନ୍ତି ନାହିଁ। ବିରୋଧୀଙ୍କର ଅନେକ ନେତା ଅଛନ୍ତି, ଅନେକ କ୍ୟାମ୍ପସ୍ରେ ନିଜର ବାର୍ତ୍ତା ପ୍ରସାର କରୁଥିବା କହ୍ନେୟା କୁମାର ନାମକ ଜଣେ ଅତି ତରୁଣ ଅଛନ୍ତି, ତାହାକୁ ମୁଁ ନେତୃତ୍ୱ ବୋଲି କହିବି। ଉତ୍ତରପ୍ରଦେଶରେ ଅଖିଳେଶ ଅଛନ୍ତି ବୋଲି କହନ୍ତି।
ଚଣ୍ଡିଗଡ଼ ଲିଟେରାରି ଫେଷ୍ଟିଭାଲ୍ର ଉଦ୍ଘାଟନୀ ଉତ୍ସବରେ ଅନେକ ସ୍କୁଲ୍ ପିଲାଙ୍କୁ ଦେଖି ସେହଗଲ୍ ମୁଗ୍ଧ ହୋଇଥିଲେ। ତରୁଣମାନେ ଅସହିସ୍ନତାକୁ ପରିହାର କରିବେ ବୋଲି ସେ ଉପଦେଶ ଦେଇଥିଲେ। ହିନ୍ଦୁ ରାଷ୍ଟ୍ରକୁ ବର୍ଜ୍ଜନ କର। ଆମର ଧର୍ମନିରପେକ୍ଷ ବସ୍ତ୍ରକୁ ନଷ୍ଟ କରୁଥିବା ଲୋକଙ୍କୁ ବର୍ଜନ କର। କଳା ଏବଂ ସାହିତ୍ୟକୁ ଉଜ୍ଜିବୀତ କରି ରଖ। ବିଜ୍ଞାନ ଉପରେ ଧ୍ୟାନ ଦିଅ।
ହିନ୍ଦୁ ଆଦର୍ଶବାଦ ଉପରେ ସେହଗଲ୍ କହିଥିଲେ ଯେ ମୁଁ ଜନ୍ମରୁ ହିନ୍ଦୁ, ମୁଁ ପ୍ରକୃତ ହିନ୍ଦୁ, ସେଥିପାଇଁ ମୁଁ ହିନ୍ଦୁବାଦକୁ ବର୍ଜନ କରୁଛି। ମୋ ଧର୍ମ ମତେ ବଡ଼। ମୁଁ ଏଥିରୁ ଜୀବନର ନିର୍ଯାସ ପାଉଛି। ଏହା ମୋ ଜୀବନ ଏବଂ ଭାବନାର କେନ୍ଦ୍ରସ୍ଥଳ। ବିଶ୍ୱ ଆମର ପରିବାର ବୋଲି ସନାତନ ଧର୍ମ ଆମକୁ ଶିକ୍ଷା ଦିଏ।
Image Courtesy of The Hinduନିଜର ପୁସ୍ତକ ‘ହେ୍ଵନ୍ ଦି ମୁନ୍ ସାଇନ୍ସ୍ ବାଏ ଦି ଡେ’ ସଂକ୍ରାନ୍ତରେ ଆଲୋଚନା କରିବାକୁ ଆସିଥିବା ସେହଗଲ୍ କହିଛନ୍ତି ଯେ ଅନ୍ୟ ଏକ ନୂଆ ଉପନ୍ୟାସ ରଚନା ଆରମ୍ଭ କରିଛନ୍ତି। ଆସନ୍ତା ମାସରେ ତାହା ପ୍ରକାଶ ପାଇବ। ସମ୍ପ୍ରତିକ ସମୟ ଉପରେ ତାହା ଆଧାରିତ ବୋଲି ସେ କହନ୍ତି।
କୌତୂହଳର କଥା ୧୯୬୯ ମସିହାରେ ସେହଗଲ ଚଣ୍ଡିଗଡ଼ ପୃଷ୍ଠଭୂମି ଉପରେ ‘ଷ୍ଟମ୍ ଇନ୍ ଚଣ୍ଡିଗଡ଼’ ଶୀର୍ଷକ ଉପନ୍ୟାସ ଲେଖିଥିଲେ। ସେକ୍ଟର୍ ୫ ଠାରେ ଘର ତୋଳିବା ପାଇଁ ସେ ସ୍ୱାମୀଙ୍କ ସହ ଚଣ୍ଡିଗଡ଼ ଯାଉଥିଲେ। ଦିନ ବଦଳିବା ସହ ସେ ସହର ବିଗିଡ଼ି ଯାଉଥିବା କଥା ସେ ଭାବୁ ନାହାନ୍ତି।
Follow Us