ଇଡି ଅଫିସ୍‌ରେ ପହଞ୍ଚିଲେ ରାହୁଲ୍‌, ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୁ‌ର୍ଜେୱାଲାଙ୍କୁ ଅଟକ ରଖିଲା ପୁଲିସ୍‌

Advertisment
ଇଡି ଅଫିସ୍‌ରେ ପହଞ୍ଚିଲେ ରାହୁଲ୍‌, ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୁ‌ର୍ଜେୱାଲାଙ୍କୁ ଅଟକ ରଖିଲା ପୁଲିସ୍‌

ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲ୍‌ ହେରାଲଡ୍‌’ ଖବରକାଗଜ ମାମଲାରେ ରାହୁଲ୍‌ ଗାନ୍ଧୀଙ୍କୁ ଗତକାଲି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦୀର୍ଘ ୧୦ ଘଣ୍ଟା ଧରି ଜେରା କରିବା ପରେ ଆଜି ପୁଣି ଥରେ ଜେରା ପାଇଁ ଡାକିଛି। ରାହୁଲ ଗାନ୍ଧୀ ଇଡି ଅଫିସ୍‌ରେ ପହଞ୍ଚି ସାରିଛନ୍ତି। ଇଡି ଅଫିସ୍‌କୁ ରାହୁଲ ଯିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହା ମଧ୍ୟରେ କିଛି କଂଗ୍ରେସ କର୍ମୀ ପୁଲିସ୍‌ ବାର‌ିକେଡ୍‌ ଡେଇଁ ଧସେଇ ପଶିଥିଲେ। ପୁଲିସ୍‌ କିଛି କଂଗ୍ରେସ ନେତାମାନଙ୍କୁ ଅଟକ ରଖିଛି। ସେହି ନେତାମାନଙ୍କ ମଧ୍ୟରେ କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୁ‌ର୍ଜେୱାଲା ବି ଅଛନ୍ତି।

publive-image www.indiatoday.in

‘ନ୍ୟାସ୍‌ନାଲ୍‌ ହେରାଲଡ୍‌’ ଖବରକାଗଜ ମାମଲାରେ ରାହୁଲ୍‌ ଗାନ୍ଧୀଙ୍କୁ ଗତକାଲି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦୀର୍ଘ ୧୦ ଘଣ୍ଟା ଧରି ଜେରା କରିବା ପରେ ବି କିଛି ପ୍ରଶ୍ନର ଉତ୍ତର ମିଳି ପାରିନଥିବାରୁ ଇଡି ଆଜି ଦ୍ବିତୀୟ ଥର ପାଇଁ ରାହୁଲଙ୍କୁ ଜେରା କରିବ।

ନ୍ୟାସ୍‌ନାଲ୍‌ ହେରାଲଡ୍‌’ ଖବରକାଗଜ ମାମଲାରେ ଗତକାଲି ରାହୁଲ୍‌ ଗାନ୍ଧୀଙ୍କୁ ଜେରା ହୋଇଥିଲା। ପ୍ରବର୍ତ୍ତନ ନିର୍ଦେଶାଳୟର ୨ଜଣ ଶୀର୍ଷସ୍ତରୀୟ ଅଧିକାରୀ ରାହୁଲ୍‌ଙ୍କ ବୟାନ ରେକର୍ଡ କରିଥିଲେ। ‘ପିଏମ୍‌ଏଲ୍‌ଏ’ ଆକ୍ଟ ଧାରା ୫୦ ଅନୁସାରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଜଣେ ସହକାରୀ ନିର୍ଦେଶକ ତାଙ୍କୁ ପ୍ରଶ୍ନ ପଚାରିଥିବା ବେଳେ ଜଣେ ଉପ ନିର୍ଦେଶକ ପଚରାଉଚରାର ତତ୍ତ୍ବାବଧାନ କରିଥିଲେ ଓ ଅଉ ଜଣେ ଅଧିକାରୀ ତାଙ୍କ ବୟାନକୁ ଟାଇପ୍‌ କରିଥିଲେ ବୋଲି ସୂଚନା‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe