ndtv.in
ନୂଆଦିଲ୍ଳୀ: ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ ଟ୍ବିଟର୍ ଏବେ ଏଲନ୍ ମସ୍କଙ୍କର। ଲୋକପ୍ରିୟ ସୋସିଆଲ ମିଡିଆ ସଂସ୍ଥା ଟ୍ବିଟରକୁ ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ୪୪୦୦ କୋଟି ଡଲାରରେ କିଣିଛନ୍ତି। ମସ୍କ ଟ୍ବିଟର୍କୁ କିଣିବା ପରେ ଅନୁମାନ ଲଗାଯାଉଛି ଯେ ଟ୍ବିଟର୍ ଦେଶରେ ନୂଆ ଆଇଟି ନିୟମର ପାଳନ କରିବ। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ବି ଆଶା ରଖିଛନ୍ତି ଯେ ଟ୍ବିଟ୍ର ଏଣିକି ଦେଶରେ ହେଟ୍ ସ୍ପିଚ୍ (ଘୃଣ୍ୟ ମନ୍ତବ୍ୟ) ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ରାହୁଲ ଏକ ଟ୍ବିଟ୍ ପୋଷ୍ଟ୍ କରି ଏଲନ ମସ୍କଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି, ‘ଶୁଭେଚ୍ଛା ଏଲନ ମସ୍କ। ଆଶା କରୁଛି ଟ୍ବିଟର୍ ହେଟ୍ ସ୍ପିଚ୍ ବିପକ୍ଷରେ କାମ କରିବ। ଖୁବ୍ ଭଲ ଭାବେ ଫ୍ୟାକ୍ଟ ଚେକ୍ କରିବ। ସରକାରଙ୍କ ଚାପରେ ଆସି ଭାରତେ ବିରୋଧୀର କଣ୍ଠକୁ ଦବାଇବାକୁ ଚେଷ୍ଟା କରିବନି।’
ଉଲ୍ଲେଖଯୋଗ୍ୟ, ନକଲି ଆକାଉଣ୍ଟ୍ ପ୍ରସଙ୍ଗକୁ ନେଇ ପରାଗଙ୍କ ସହ ମସ୍କଙ୍କ ମତଭେଦ ରହିଥିଲା। ଆଇଆଇଟି ବମ୍ବେ ଓ ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିଥିବା ପରାଗଙ୍କୁ ୨୦୨୧ ନଭେମ୍ବରରେ ଟ୍ବିଟରର ସିଇଓ ଭାବେ ନିଯୁକ୍ତ କରାଯାଇଛି। ନିଯୁକ୍ତି ନିୟମ ଅନୁସାରେ ପରିଚାଳନା କର୍ତ୍ତୃପକ୍ଷ ପରିବର୍ତ୍ତନ ହେବାର ୧୨ ମାସ ପୂର୍ବରୁ ପରାଗଙ୍କୁ ବିଦା କରାଯାଇଥିବାରୁ ସେ ୪୧୨ କୋଟି ଟଙ୍କା ପାଇବେ। ବିଦା କରାଯାଇଥିବା ସବୁ ଅଧିକାରୀଙ୍କୁ କଂପାନି ୮୧୨ କୋଟି ଟଙ୍କା ଦେବ। ଟ୍ବିଟରକୁ ମୁକ୍ତ ଓ ଅବାଧ ବାର୍ତାଳାପର ଏକ ମଞ୍ଚ ଭାବେ ପ୍ରସ୍ତୁତ କରିବାକୁ ପ୍ରତିବଦ୍ଧ ଥିବା ମସ୍କ ବ୍ୟବହାରକାରୀଙ୍କ ଉପରେ ଜୀବନବ୍ୟାପୀ କଟକଣା ଲଗାଇବା ନିୟମକୁ ପରିବର୍ତ୍ତନ କରିବେ।
Follow Us