ବିହାରରେ କଂଗ୍ରେସର ଶକ୍ତିପ୍ରଦର୍ଶନ: କହ୍ନେୟା କୁମାରଙ୍କ ବିଶାଳ ରାଲିରେ ଯୋଗଦେଲେ ରାହୁଲ ଗାନ୍ଧୀ

RAHUL-Kanhaiya

Photograph: (Sambad.in)

ପାଟଣା: ବିହାରରେ ଗର୍ଜିଲା କଂଗ୍ରେସ । ବିରାଟ ପଦଯାତ୍ରା କରି ଶକ୍ତିପ୍ରଦର୍ଶନ କଲା କଂଗ୍ରେସ । କହ୍ନେୟା କୁମାରଙ୍କ ବିଶାଳ ରାଲିରେ ଯୋଗଦେଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆଉ ରାହୁଲ-କହ୍ନେୟାଙ୍କ ସହ ପଦଯାତ୍ରାରେ ସାମିଲ ହଜାର ହଜାର ସମର୍ଥକ । ବେଗୁସରାଇରେ ଆୟୋଜିତ ଏହି ବିଶାଳ ରାଲିରେ କଂଗ୍ରେସ ପ୍ରତି ଲୋକସମର୍ଥନ ଦେଖିବାକି ମିଳିଛି । ଟାଇଁ ଟାଇଁ ଖରାରେ ବିରାଟ ପଟୁଆର ନେଇ ଆଗକୁ ବଢୁଛନ୍ତି ରାହୁଲ ଗାନ୍ଧୀ ଏବଂ କହ୍ନେୟା କୁମାର ।

ଆଜି ବିହାର ଗସ୍ତରେ ଯାଇ ବେଗୁସରାଇରେ କହ୍ନେୟା କୁମାରଙ୍କ ଦ୍ବାରା ଆୟୋଜିତ ‘ପଳାୟନ ବନ୍ଦକର, ଚାକିରି ଦିଅ’ ପଦଯାତ୍ରାରେ ସାମିଲ ହୋଇଛନ୍ତି ରାହୁଲ । ଏହି ପଦଯାତ୍ରାରେ ଯୋଗଦେଇ କହ୍ନେୟା କୁମାରଙ୍କ ସହ ରାହୁଲ ୩ କିଲୋମିଟର ପଦଯାତ୍ରା କରିବାର ଯୋଜନା ରହିଛି ଏବଂ ପରେ ସାଧାରଣ ଲୋକଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ବୁଝିବେ ରାହୁଲ ।

କହ୍ନେୟା କୁମାରଙ୍କ ଏହି ପଦଯାତ୍ରା ରାହୁଲ ଗାନ୍ଧୀ ସାମିଲ ହୋଇଥିବାରୁ ଉତ୍ସାହିତ ଅଛନ୍ତି ସ୍ଥାନୀୟ ନେତା ଓ ଲୋକେ । ଯାହା କଂଗ୍ରେସ ପାଇଁ ଫାଇଦା ଦେଇପାରେ । କାରଣ ଚଳିତ ବର୍ଷ ଶେଷ ଆଡକୁ ବିହାର ବିଧାନସଭା ନିର୍ବାଚନ ଥିବାରୁ ବର୍ଷ ଆରମ୍ଭରୁ ହିଁ ବିହାର ଉପରେ ଗୁରୁତ୍ବ ଦେବା ଆରମ୍ଭ କଲାଣି କଂଗ୍ରେସ । ଆଉ ଏବେ ଠାରୁ ପ୍ରସ୍ତୁତ କଲାଣି ରଣନୀତି । କଂଗ୍ରେସ ଫୋକସରେ ବିହାର ଥିବାରୁ ଖୋଦ୍ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିହାରକୁ ବାରମ୍ବାର ଗସ୍ତ କରି ରାଜନୀତିର ପାଣିପାଗକୁ କଂଗ୍ରେସ ସପକ୍ଷରେ ଆଣିବାକୁ ଚେଷ୍ଟା କରୁଛନ୍ତି ।  ଗତ ୪ ମାସରେ ୩ ଥର ବିହାର ଗସ୍ତ କରିସାରିଲେଣି ରାହୁଲ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe