ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ବିରୋଧୀ ସାଂସଦଙ୍କ ସହ ସଂସଦକୁ ସାଇକେଲ ରାଲି କରି ଯାଇଥିବା ଦେଖାଯାଇଛି। ବିରୋାଧୀ ଦଳର ନେତାମାନଙ୍କୁ ସକାଳ ଜଳଖିଆ ଶେଷ କରିବା ପରେ ରାହୁଲ ଗାନ୍ଧୀ ସଂସଦ ଅଭିମୁଖେ ସାଇକେଲ ରାଲି କରିିଥିବା ଦେଖାଯାଇଛି। ରାହୁଲ ଗାନ୍ଧୀଙ୍କ ସହ ସକାଳ ଜଳଖିଆରେ ୧୭ଜଣ ବିରୋଧୀ ନେତା ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି।
indiatoday.inଗତ ସପ୍ତାହରେ ସୋମବାର ଦିନ ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ କେନ୍ଦ୍ରର ତିନୋଟି କୃଷି ଆଇନକୁ ବିରୋଧ କରି ସଂସଦରେ ଟ୍ରାକ୍ଟର ରାଲି କରି ପହଞ୍ଚିଥିଲେ। ଏନେଇ ଦିଲ୍ଲୀ ପୁଲିସ ରଣଦୀପ ସିଂ ସୁରଜେୱାଲା ଏବଂ ଦୀପେନ୍ଦ୍ର ସିଂ ହୁଡାଙ୍କ ସମେତ ୬ଜଣ କଂଗ୍ରେସ ନେତାଙ୍କୁ ଗିରଫ କରିଥିଲା।
"ମୁଁ ସଂସଦକୁ କୃଷକଙ୍କ ବାର୍ତ୍ତା ଆଣିଛି। ସରକାର କୃଷକଙ୍କ ସ୍ୱରକୁ ଦବାଇବାକୁ ଚେଷ୍ଟା କରୁଛନ୍ତି ଏବଂ ସଂସଦରେ ଆଲୋଚନା ହେବାକୁ ଦେଉ ନାହାଁନ୍ତି। ସରକାରଙ୍କୁ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ପଡିବ। ସମଗ୍ର ଦେଶ ଜାଣଛି ଯେ, ଏହି ଆଇନଗୁଡିକ କେବଳ ୨-୩ଟି ବଡ଼ ବ୍ୟବସାୟୀଙ୍କୁ ସାହାଯ୍ୟ କରିବ ବୋଲି ରାହୁଲ ଗାନ୍ଧୀ ଟ୍ରାକ୍ଟର ରାଲିରେ କହିଥିଲେ।
indiatoday.inତେବେ ଆଜି ମୌସୁମୀ ଅଧିବେସନର ତୃତୀୟ ସପ୍ତାହର ଦ୍ଵିତୀୟ ଦିନ | ଗତ ଦୁଇ ସପ୍ତାହ ଧରି ସଂସଦର ଦୁଇଟି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଠିକରେ ଚାଲିପାରିନାହିଁ |
Follow Us