ଦିଲ୍ଲୀରେ ଇନ୍ଧନ ମୂଲ୍ୟ ବୃଦ୍ଧି ବିରୋଧରେ ପ୍ରତିବାଦକାରୀ ସାଂସଦଙ୍କ ନେତୃତ୍ବ ନେଉଛନ୍ତି ରାହୁଲ୍‌ ଗାନ୍ଧୀ

ଦିଲ୍ଲୀରେ ଇନ୍ଧନ ମୂଲ୍ୟ ବୃଦ୍ଧି ବିରୋଧରେ ପ୍ରତିବାଦକାରୀ ସାଂସଦଙ୍କ ନେତୃତ୍ବ ନେଉଛନ୍ତି ରାହୁଲ୍‌ ଗାନ୍ଧୀ

Image Courtesy of India TV

ନୂଆଦିଲ୍ଲୀ: ଇନ୍ଧନ ଦର ବୃଦ୍ଧି ବିରୋଧରେ ଆଜି ବିଜୟ ଚୌକ୍‌ଠାରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ରାଜ୍ୟସଭା ଏବଂ ଲୋକସଭାର କଂ‌ଗ୍ରେସ ସାଂସଦମାନଙ୍କର ନେତୃତ୍ବ ନେଉଛନ୍ତି ରାହୁଲ୍‌ ଗାନ୍ଧୀ।

ସାଂସଦମାନେ ହାତରେ ପ୍ଲାକାର୍ଡ ଧରି ବର୍ଦ୍ଧିତ ପେଟ୍ରୋଲ୍‌, ଡିଜେଲ୍‌ ଓ ଏଲ୍‌ପିଜି ଗ୍ୟାସ୍‌ ଦର ପ୍ରତ୍ୟାହାର କରାଯାଉ ଦାବି କରି ସରକାର ବିରୋଧୀ ସ୍ଲୋଗାନ୍‌ ଦେବା ସହ ଧାରଣା ଦେଇଛନ୍ତି।

ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ରାହୁଲ୍‌ ଗାନ୍ଧି କହିଛନ୍ତି, ଗତ ୧୦ ଦିନ ହେବ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ୯ଥର ବୃଦ୍ଧି ପାଇଲାଣି। ଦର ବୃଦ୍ଧି ନିୟନ୍ତ୍ରଣ କରାଯାଉ ବୋଲି ଆମେ ଦାବି କରୁଛୁ। ଆଜ କଂଗ୍ରେସ ପାର୍ଟି ଦେଶବ୍ୟାପୀ ଏହି ପ୍ରତିବାଦ ପ୍ରଦର୍ଶନ କରୁଛି।

publive-image Image Courtesy of The New Indian Express

ବିଜୟ ଚୌକ୍‌ରେ ଚାଲିଥିବା ପ୍ରତିବାଦ ପ୍ରଦର୍ଶନରେ ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଲୋକସଭା ନେତା ଅଧୀରରଞ୍ଜନ ଚୌଧୁରୀ ମଧ୍ୟ ଯୋଗ ଦେଇଛନ୍ତି।

ଅଧୀରରଞ୍ଜନ କହିଛନ୍ତି, ୫ଟି ରାଜ୍ୟରେ ନିର୍ବାଚନ ଶେଷ ହେବାକ୍ଷଣି ଇନ୍ଧନ ଦର ବୃଦ୍ଧି ପାଇବ ବୋଲି ଆମେ ଭବିଷ୍ୟବାଣୀ କରିଥିଲୁ। ବର୍ଦ୍ଧିତ ଇନ୍ଧନ ଦର ପ୍ରତ୍ୟାହାର କରାଯାଉ ବୋଲି ଆମେ ଦାବି କରୁଛୁ। ଇନ୍ଧନ ଦର ବୃଦ୍ଧି ହେତୁ ଜନସାଧାରଣ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟ ସରକାର ବୁଝି ପାରୁନାହାନ୍ତି।

ମୁଦ୍ରାସ୍ଫୀତି ଏବଂ ଇନ୍ଧନ ଦର ବୃଦ୍ଧିକୁ ବିରୋଧ କରି ସପ୍ତାହେ ଦେଶବ୍ୟାପୀ ପ୍ରତିବାଦ ଆରମ୍ଭ କରାଯିବ ବୋଲି କଂଗ୍ରେସ କହିଥିଲା। ସେଥିପାଇଁ ଆଜି ଠାରୁ କଂଗ୍ରେସ ତିନିଟି ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ବିରୋଧରେ ‘ମେହଙ୍ଗାଇ-ମୁକ୍ତ ଭାରତ ଅଭିଯାନ’ ଆରମ୍ଭ କରିଛି। ଏହା ଏପ୍ରିଲ୍‌ ୭ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe