ପଞ୍ଜାବ ବନ୍ୟା ପ୍ରଭାବିତଙ୍କୁ ଭେଟିଲେ ରାହୁଲ

ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋମବାର ପଞ୍ଜାବର ବନ୍ୟା ପ୍ରଭାବିତଙ୍କୁ ଭେଟିଥିଲେ। ରାହୁଲ ଗୁରୁଦାସପୁରର ସବୁଠୁ ଅଧିକ ବନ୍ୟା କ୍ଷତିଗ୍ରସ୍ତ ଗାଁ ବୁଲି ଦେଖିଥିଲେ।

Untitled-2

Photograph: (https://www.jansatta.com/)

ଅମୃତସର୍: ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋମବାର ପଞ୍ଜାବର ବନ୍ୟା ପ୍ରଭାବିତଙ୍କୁ ଭେଟିଥିଲେ। ରାହୁଲ ଗୁରୁଦାସପୁରର ସବୁଠୁ ଅଧିକ ବନ୍ୟା କ୍ଷତିଗ୍ରସ୍ତ ଗାଁ ବୁଲି ଦେଖିଥିଲେ। ନଦୀବନ୍ଧ ଭାଙ୍ଗି ଯାଇ ବନ୍ୟା ପାଣି ଚାଷଜମି ଏବଂ ଘରମାନଙ୍କରେ ପଶି ଯାଇଥିବାରୁ ଗାଁରେ ବ୍ୟାପକ କ୍ଷତି ହୋଇଥିଲା। ରାହୁଲ ଚାଲି ଚାଲି ଗାଁରେ ବୁଲିବା ସହିତ ଚାଷୀମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଥିଲେ। ରିଲିଫ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ। ତାଙ୍କୁ ଟ୍ରାକ୍ଟରରେ ବସି ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିବାର ଦେଖାଯାଇଥିଲା। 

ରାହୁଲଙ୍କ ଗସ୍ତ ସମ୍ପର୍କରେ କଂଗ୍ରେସ ‘ଏକ୍ସ’ରେ ସୂଚନା ଦେଇଛି। ଅମୃତସରରେ ପହଞ୍ଚିବା ପରେ ସ୍ଥାନୀୟ କଂଗ୍ରେସ ନେତା ତାଙ୍କୁ ସ୍ବାଗତ କରିଥିଲେ। କଂଗ୍ରେସ ନେତା ପର୍ଗତ ସିଂହ କହିଥିଲେ, ରାହୁଲ ପଞ୍ଜାବ ଲୋକଙ୍କ ଦୁଃଖ ଭଲ ଭାବରେ ବୁଝିପାରନ୍ତି। ଅଞ୍ଜାଲା ଯାଇ ଗୁରୁଦ୍ବାରାରେ ସେ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିଥିଲେ। ସୂଚନାଯୋଗ୍ୟ, ପଞ୍ଜାବରେ ବନ୍ୟା ଯୋଗୁଁ ୧୫ ଜିଲ୍ଲାରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୨୩ ଜିଲ୍ଲାର ୨,୦୯୭ ଗାଁ ପ୍ରଭାବିତ ହୋଇଥିବାବେଳେ ୧,୯୧,୯୨୬ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe