ଗୁଗୁଲ୍‌ରେ ‘ ପପ୍ପୁ’ ସର୍ଚ୍ଚ କଲେ ରାହୁଲ ଗାନ୍ଧୀ ଓ ‘ଫେକୁ’ ଖୋଜିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ଆସୁଛି

Advertisment
ଗୁଗୁଲ୍‌ରେ ‘ ପପ୍ପୁ’ ସର୍ଚ୍ଚ କଲେ ରାହୁଲ ଗାନ୍ଧୀ ଓ ‘ଫେକୁ’ ଖୋଜିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ଆସୁଛି

ନୂଆଦିଲ୍ଲୀ : ବର୍ତ୍ତମାନ ପୃଥିବୀର ସମସ୍ତ ପ୍ରଶ୍ନର ଉତ୍ତର ଗୁଗୁଲ୍‌ରେ ରହିଛି ବୋଲି କୁହାଯାଉଛି । ଏପରିକି ଯଦି ଆପଣ କୌଣସି ଜିନିଷ ବିଷୟରେ ଜାଣି ନାହାନ୍ତି ଏବଂ ତାହା ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଗୁଗୁଲ୍‌ର ସାହାଯ୍ୟ ନେଉଛନ୍ତି । କିନ୍ତୁ ପ୍ରାୟତଃ ଗୁଗୁଲ୍‌ରେ ସଠିକ୍‌ ସୂଚନା ରହିଥାଏ। ମାତ୍ର ସବୁ ସମୟରେ ଗୁଗୁଲ୍‌ରେ ସଠିକ୍‌ ସୂଚନା ମିଳି ନଥାଏ ।

publive-image

ସେଭଳି ଏକ ଉଦାହରଣ ବର୍ତ୍ତମାନ ଗୁଗୁଲ ସର୍ଚ୍ଚ ଇଞ୍ଜିନ୍‌ରେ ଦେଖାଉଛି , ଯାହା ଭାରତୀୟ ରାଜନେତାଙ୍କୁୁ ବିଶ୍ୱ ଦରବାରରେ ‘ପପ୍ପୁ’ ଏବଂ ‘ଫେକୁ’ ଭାବେ ପରିଚିତ କରାଇଛି। ଏହି ନେତା ଆଉ କିଏ ନୁହଁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସର ରାଷ୍ଟ୍ରୀୟ ଅଧକ୍ଷ ରାହୁଲ ଗାନ୍ଧୀ। ଯଦି ଆପଣ ବର୍ତ୍ତମାନ ଗୁଗୁଲ୍‌ରେ ‘ଭାରତର ପପ୍ପୁ କିଏ’ କିମ୍ବା ଖାଲି ‘ପପ୍ପୁ’ ସର୍ଚ୍ଚ କରୁଛନ୍ତି ସେଠାରେ ସବୁଠାରୁ ଉପରେ ଆପଣଙ୍କୁ ରାହୁଲ ଗାନ୍ଧୀଙ୍କ ବିଷୟରେ ଦେଖାଇବ । ସେହିପରି ଯଦି ‘କିଏ ଫେକୁ’ ବା ଖାଲି ‘ଫେକୁ’ ସର୍ଚ୍ଚ କରିବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ସୂଚନା ଦେଖାଉଛି। ଖାଲି ସେତିକି ନୁହଁ, ଗୁଗୁଲ୍‌ରେ ‘ମିଛୁଆ ପ୍ରଧାନମନ୍ତ୍ରୀ’ ଏବଂ ‘କ୍ରିମିନାଲ୍‌ ପ୍ରଧାନମନ୍ତ୍ରୀ’ ସର୍ଚ୍ଚ କରିବା ମାତ୍ରେ ନରେନ୍ଦ୍ର ମୋଦିଙ୍କ ନାମ ସର୍ବ ପ୍ରଥମେ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe