ନାନ୍ଦେଡ଼ରେ ଗୁରୁ ନାନକଙ୍କ କାର୍ଯ୍ୟକ୍ରମରେ ରାହୁଲ୍‌, ଶିଖ୍‌ ଧର୍ମୀମାନଙ୍କ ପାରମ୍ପରିକ ପୋଷାକରେ ଆସିଲେ ନଜର

Advertisment
ନାନ୍ଦେଡ଼ରେ ଗୁରୁ ନାନକଙ୍କ କାର୍ଯ୍ୟକ୍ରମରେ ରାହୁଲ୍‌, ଶିଖ୍‌ ଧର୍ମୀମାନଙ୍କ ପାରମ୍ପରିକ ପୋଷାକରେ ଆସିଲେ ନଜର

ମୁମ୍ବାଇ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ହେଉଥିବା ଭାରତ ଯୋଡ଼ ଯାତ୍ରା ମହାରାଷ୍ଟ୍ରକୁ ଛୁଇଁ ସାରିଛି। କଂଗ୍ରେସ କର୍ମୀମାନେ ଏବେ ସୁଦ୍ଧା ଯାଇ ମହାରାଷ୍ଟ୍ରରେ ପହଞ୍ଚି ସାରିଲେଣି। ଏହି ଅବସରରେ ରାହୁଲ ମହାରାଷ୍ଟ୍ରର ନାନ୍ଦେଡ଼ ଜିଲ୍ଲାରେ ପହଞ୍ଚି ସାରିଛନ୍ତି। ସେଠାରେ ରାହୁଲ ଗାନ୍ଧୀ ସାରା ରାତି ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ସେ ଶିଖ୍‌ ଧର୍ମୀମାନଙ୍କ ପାରମ୍ପରିକ ପୋଷାକ ପରିଧାନ କରିଥିବା ବି ଫଟୋରେ ନଜର ଆସିଛନ୍ତି।

ରାହୁଲ ଗାନ୍ଧୀ ଏକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ କହିଛନ୍ତି ଯେ ମହାରାଷ୍ଟ୍ରରେ ଯାତ୍ରାର ଆରମ୍ଭ ହୋଇସାରିଛି। ତାହା ସେ ଗୁରୁ ନାନକଙ୍କ ପ୍ରେମ, ଶାନ୍ତି ଓ ଭାଇଚାରା ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତ ଯୋଡ଼ ଯାତ୍ରା ପୂରା କରିବାର ସଂକଳ୍ପ ବି ନେଇଛନ୍ତି। ଏହା ଛଡ଼ା ରାହୁଲ ଦେଶବାସୀଙ୍କୁ ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

publive-image ndtv.in

ଆଜି ଗୁରୁ ନାନକ ଜୟନ୍ତୀ। ସେ ହେଉଛନ୍ତି ଶିଖ୍‌ ଧର୍ମର ପ୍ରତିଷ୍ଠାତା। ଶିଖ୍‌ ଧର୍ମୀମାନଙ୍କ ପାଇଁ ଗୁରୁ ନାନକ ଖୁବ୍ ଗୁରୁତ୍ବ ରଖନ୍ତି। ଗୁରୁ ନାନକ ତାଙ୍କର ପୂରା ଜୀବନକୁ ମାନବ କଲ୍ୟାଣ ଦିଗରେ ଶେଷ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe