Cancel Rahul's membership: ରାହୁଲଙ୍କ ସଦସ୍ୟତା ରଦ୍ଦ କର: ପ୍ରସ୍ତାବ ଆଣିବାକୁ ନୋଟିସ୍ ଦେଲେ ନିଶିକାନ୍ତ

Advertisment

ବିଜେପି ସାଂସଦ ନିଶିକାନ୍ତ ଦୁବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିବା ଲାଗି ଏକ ନୋଟିସ୍ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ କୌଣସି ତଥ୍ୟ ବିନା ଭିତ୍ତିହୀନ ଅଭିଯୋଗ କରିଛନ୍ତି।

ବିଜେପି ସାଂସଦ ନିଶିକାନ୍ତ ଦୁବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିବା ଲାଗି ଏକ ନୋଟିସ୍ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ କୌଣସି ତଥ୍ୟ ବିନା ଭିତ୍ତିହୀନ ଅଭିଯୋଗ କରିଛନ୍ତି।

Cancel Rahul's membership

Cancel Rahul's membership Photograph: (sambad.in)

ନୂଆଦିଲ୍ଲ: ସଂସଦରେ ବଜେଟ୍ ଆଲୋଚନା ଜାରି ରହିଛି, କିନ୍ତୁ ପରିବେଶ କେବଳ ଅର୍ଥନୈତିକ ପ୍ରସଙ୍ଗ ପର୍ଯ୍ୟନ୍ତ ସୀମିତ ରହିନାହିଁ। ଗୁରୁବାର ଲୋକସଭାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। କିଛି ମିନିଟ୍ ମଧ୍ୟରେ ଗୃହକୁ ମୁଲତବୀ ରଖାଯାଇଥିଲା।

ରାଜନୀତିରେ ମଧ୍ୟ ଅନେକ ଅଦୃଶ୍ୟ କୌଶଳ ଅଛି

ବୁଧବାର ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାଷଣ ରାଜନୈତିକ ବିତର୍କକୁ ଆହୁରି ଉଷ୍ମ କରିଥିଲା। ସେ ରାଜନୀତିକୁ ମାର୍ଶାଲ ଆର୍ଟ ସହିତ ତୁଳନା କରି କହିଥିଲେ ଯେ, ଯେପରି କ୍ରୀଡାରେ ଗ୍ରୀପ୍ ଏବଂ ଚୋକ୍ ଅଛି, ସେହିପରି ରାଜନୀତିରେ ମଧ୍ୟ ଅନେକ ଅଦୃଶ୍ୟ କୌଶଳ ଅଛି । ସେଗୁଡ଼ିକ ଦୃଶ୍ୟମାନ ହୁଏନାହିଁ।

ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନ ନୋଟିସ୍

ବିଜେପି ସାଂସଦ ନିଶିକାନ୍ତ ଦୁବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିବା ଲାଗି ଏକ ନୋଟିସ୍ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ କୌଣସି ତଥ୍ୟ ବିନା ଭିତ୍ତିହୀନ ଅଭିଯୋଗ କରିଛନ୍ତି। ଏହା ଦ୍ବାରା ସେ ତାଙ୍କର ବିଶେଷାଧିକାର ଉଲ୍ଲଂଘନ କରିଛନ୍ତି।

ବିଶେଷାଧିକାର ଉଲ୍ଲଂଘନ କ''ଣ?

ସଂସଦର ସଦସ୍ୟମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ପାଇଁ କିଛି ବିଶେଷ ଅଧିକାର ପ୍ରଦାନ କରାଯାଇଥାଏ। ଯଦି କୌଣସି ସଦସ୍ୟ, ଅନୁଷ୍ଠାନ କିମ୍ବା ବ୍ୟକ୍ତି ଏହି ଅଧିକାରଗୁଡ଼ିକୁ ଉଲ୍ଲଂଘନ କରନ୍ତି କିମ୍ବା ଗୃହର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରନ୍ତି, ତେବେ ଏହାକୁ ବିଶେଷାଧିକାର ଭଙ୍ଗ କୁହାଯାଇଥାଏ।

ଆହୁରି ପଢ଼ନ୍ତୁ: Tie match adds excitement to World Cup: ଟାଇ ମ୍ୟାଚ୍‌ ବଢ଼ାଇଛି ବିଶ୍ବକପ୍‌ ରୋମାଞ୍ଚ, ଭାରତ-ପାକିସ୍ତାନରୁ ଆଫଗାନିସ୍ତାନ-ଦକ୍ଷିଣ ଆଫ୍ରିକା ଯାଏଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe