ହାଥ୍‌ରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିଲେ ରାହୁଲ୍ ଓ ପ୍ରିୟଙ୍କା;‌ ସିବିଆଇ ତଦନ୍ତ ଲାଗି ଯୋଗୀ ଆଦିତ୍ୟନାଥଙ୍କ ସୁପାରିସ

ହାଥ୍‌ରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିଲେ ରାହୁଲ୍ ଓ ପ୍ରିୟଙ୍କା;‌ ସିବିଆଇ ତଦନ୍ତ ଲାଗି ଯୋଗୀ ଆଦିତ୍ୟନାଥଙ୍କ ସୁପାରିସ

Image Courtesy of India Today

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ସନ୍ଧ୍ୟାରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହାଥ୍‌ରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି।

ସେପଟେ, ଉତ୍ତରପ୍ରଦେଶ ସରକାର ହାଥ୍‌ରସ୍‌ ମାମଲାର ସମ୍ପୂର୍ଣ୍ଣ ତଦନ୍ତ ଦାୟିତ୍ବ ‘ସିବିଆଇ’କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରି ସୂଚନା ଦେଇଛି ଯେ, ହାଥ୍‌ରସ୍ ମାମଲାର ସମ୍ପୂର୍ଣ୍ଣ ତଦନ୍ତ ‘ସିବିଆଇ’ ଦ୍ବାରା କରାଇବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି ।

ହାଥ୍‌ରସ୍‌ର ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ଲାଗି ଆଜି ଅପରାହ୍ଣରେ ଉତ୍ତରପ୍ରଦେଶ ପ୍ରଶାସନ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅନୁମତି ପ୍ରଦାନ କରିଥିଲେ। ସେମାନଙ୍କ ସାଥୀରେ ଅନ୍ୟ ତିନିଜଣ କଂଗ୍ରେସ ନେତା ମଧ୍ୟ ଯାଇ ପାରିବେ ବୋଲି ପ୍ରଶାସନ ତରଫରୁ କୁହାଯାଇଥିଲା।

ଉଭୟ ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ହାଥରସ ଅନ୍ତର୍ଗତ ବୁଲଗଡ଼ି ଗ୍ରାମରେ ପହଞ୍ଚିବା ପରେ ପୀଡ଼ିତାଙ୍କ ବାସଭବନକୁ ଯାଇଥିଲେ। ପ୍ରଥମେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୀଡ଼ିତାଙ୍କ ପରିବାର ଲୋକମାନଙ୍କ ସହ କଥାବାର୍ତ୍ତା କରିଥିଲେ। ତା’ପରେ ରାହୁଲ୍‌ ଗାନ୍ଧୀ ସେମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କୁ ଭେଟିବା ପରେ ରାହୁଲ୍‌ କହିଥିଲେ ଯେ, ଶୋକାତୁର ପରିବାରକୁ ରାଜ୍ୟ ସରକାର ସୁରକ୍ଷା ଦେବା ଆବଶ୍ୟକ। ମୁଁ ସେ ପରିବାର ସହ ସାମିଲ୍ ହୋଇଛି। ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ।

ପ୍ରାୟ ୩୦ ମିନିଟ୍‌ ଧରି ଭାଇଭଉଣୀ ଓ  କଂଗ୍ରେସ ନେତା ପୀଡ଼ିତାଙ୍କ ପରିବାର ଲୋକମାନଙ୍କ ସହ କଥାବାର୍ତ୍ତା କରିଥିଲେ।

ପୀଡ଼ିତାଙ୍କ ମା’ଙ୍କ ସହ ଆଲୋଚନା କରିଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଥିଲେ, ସେ ପରିବାର ସୁରକ୍ଷା ‌ଆବଶ୍ୟକ କରୁଛି। ପରିବାର ଲୋକେ ସେମାନଙ୍କ ଝିଅର ଶେଷ ଦର୍ଶନ ମଧ୍ୟ କରି ପାରିଲେ ନାହିଁ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ଦାୟିତ୍ବ ବୁଝିବା ଉଚିତ। ନ୍ୟାୟ ହେବା ପର୍ଯ୍ୟନ୍ତ ଆମେ ଏହି ଲଢ଼େଇ ଜାରି ରଖିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe