ହାଥ୍‌ରସ୍‌କୁ ଯିବା ବାଟରେ ପୁଲିସ ସହ ଧସ୍ତାଧସ୍ତି: ରାହୁଲ୍‌ଙ୍କୁ ଠେଲି ତଳେ ପକାଇଦେଲେ ପୁଲିସ

Advertisment
ହାଥ୍‌ରସ୍‌କୁ ଯିବା ବାଟରେ ପୁଲିସ ସହ ଧସ୍ତାଧସ୍ତି: ରାହୁଲ୍‌ଙ୍କୁ ଠେଲି ତଳେ ପକାଇଦେଲେ ପୁଲିସ

Image Courtesy of India Today

ନୂଆଦିଲ୍ଲୀ: ବହୁସଂଖ୍ୟକ କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ସହ ଉତ୍ତରପ୍ରଦେଶର ହାଥ୍‌ରସ୍‌କୁ ଯାଉଥିବା କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୁଲିସ ଅଟକାଇବାରୁ ଗୁରୁବାର ଅପରାହ୍ଣରେ ଦିଲ୍ଲୀ-ନଇଡ଼ା ସୀମାନ୍ତରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଏହି ଘଟଣାରେ କେତେକ ପୁଲିସ କର୍ମଚାରୀ ରାହୁଲ୍‌ ଗାନ୍ଧୀଙ୍କୁ ଠେଲି ଦେବାରୁ ସେ ତଳେ ପଡ଼ିଯାଇଥିଲେ ବୋଲି ଅଭିଯୋଗ ହୋଇଛି।

ହାଥ୍‌ରସ୍‌ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ସେମାନେ କାର୍‌ ଯୋଗେ ଦିଲ୍ଲୀରୁ ବାହାରିଥିଲେ। କିନ୍ତୁ, ୧୪୪ ଧାରା ଜାରି ହୋଇଥିବା ଦର୍ଶାଇ ହାଥ୍‌ରସ୍‌ ଯିବା ନିମନ୍ତେ ଗ୍ରେଟର୍‌ ନଇଡ଼ାରୁ ବାହାରିଥିବା ରାସ୍ତାରେ ପୁଲିସ ସେମାନଙ୍କ କାର୍‌ଗୁଡ଼ିକୁ ଅଟକାଇଥି‌ଲା। ଏହାପରେ ସେମାନେ ଚାଲି ଚାଲି ହାଥ୍‌ରସ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ, ପୁଲିସ ସେମାନଙ୍କୁ ବାଧା ଦେବାରୁ ସଂଘର୍ଷର ସୂତ୍ରପାତ ହୋଇଥିଲା। ରାହୁଲ୍‌ କହିଥିଲେ କି, ସେ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ଚାହାଁନ୍ତି ଏବଂ ସେଥିଲାଗି ଏକୁଟିଆ ଚାଲି ଚାଲି ହାଥ୍‌ରସ୍‌ ଯିବାକୁ ଯିବାକୁ ପ୍ରସ୍ତୁତ ଅଛନ୍ତି।

publive-image Image Courtesy of India Today

ଏବେ ପୁଲିସ ରାହୁଲ୍‌ ଓ ପ୍ରିୟଙ୍କାଙ୍କୁ ଅଟକ ରଖିଛି। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ କହିଛି ଯେ, ଉଭୟଙ୍କୁ ପୁଲିସ ଗିରଫ କରିଛି।

ଘଟଣାସ୍ଥଳରୁ ଉତ୍ତୋଳିତ ଫଟୋରେ ଦେଖାଯାଉଛି ଯେ, ଜଣେ ପୁଲିସ କର୍ମଚାରୀ ପଡ଼ିଯାଉଥିବା ରାହୁଳ ଗାନ୍ଧୀଙ୍କ କୁର୍ତ୍ତାକୁ ଟାଣି ଧରିଛନ୍ତି। ଅନ୍ୟ ଏକ ଫଟୋରେ ଦେଖାଯାଉଛି, ରାହୁଲ୍‌ ତଳେ ପଡ଼ିଯାଇଛନ୍ତି। ଏହାପରେ ଦଳୀୟ କର୍ମୀ ଓ ନିରାପତ୍ତା କର୍ମଚାରୀ ତାଙ୍କୁ ତଳୁ ଉଠାଇବାକୁ ଉଦ୍ୟମ କରୁଛନ୍ତି।

ରାହୁଲ୍ କହିଛନ୍ତି ଯେ, ମୁଁ ଏଠାରେ ଶାନ୍ତିପୂର୍ଣ୍ଣ ଭାବେ ଠିଆ ହୋଇଛି। ମୁଁ ଏକୁଟିଆ ଚାଲି ଚାଲି ହାଥ୍‌ରସ୍‌ ଯିବାକୁ ଚାହୁଁଛି। ଧାରା ୧୪୪ ସର୍ବସାଧାରଣ ସମାବେଶକୁ ବିରୋଧ କରେ। ମୁଁ ଏକା ଏକା ହାଥ୍‌ରସ୍ ଯିବି। କେଉଁ ଆଇନ ଆଧାରରେ ଆପଣମାନେ ମୋତେ ଅଟକାଉଛନ୍ତି?

ଗାନ୍ଧୀଙ୍କ ଉପରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଉତ୍ତରପ୍ରଦେଶ କଂଗ୍ରେସ ରାଜ୍ୟବ୍ୟାପୀ ପ୍ରତିବାଦ ପାଇଁ ଡାକରା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe