ଆସାମ ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା କଂଗ୍ରେସ: ୫ଲକ୍ଷ ସରକାରୀ ଚାକିରି ଦେବା ସହ ସିଏଏ ରଦ୍ଦ କରିବାକୁ ଦେଲା ପ୍ରତିଶ୍ରୁତି

Advertisment
ଆସାମ ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା କଂଗ୍ରେସ: ୫ଲକ୍ଷ ସରକାରୀ ଚାକିରି ଦେବା ସହ ସିଏଏ ରଦ୍ଦ କରିବାକୁ ଦେଲା ପ୍ରତିଶ୍ରୁତି

indiatoday

ଗୁଆହାଟୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ଆସାମ ବିଧାନସଭା ନିର୍ବାଚନ ପାଇଁ ଦଳର ଇସ୍ତାହାର ଜାରି କରିଛନ୍ତି। ଇସ୍ତାହାରରେ କ୍ଷମତାକୁ ଆସିଲେ ୫ଲକ୍ଷ ସରକାରୀ ଚାକିରି ଦେବା ସହ ନାଗରିକତା ସଂଶୋଧନ ଆଇନକୁ ରଦ୍ଦ କରିବାର ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ଇସ୍ତାହାରରେ ଗୃହିଣୀଙ୍କ ମାସିକ ଆୟ ୨୦୦୦ଟଙ୍କା ଏବଂ ୨୦୦ୟୁନିଟ୍ ମାଗଣା ବିଦ୍ୟୁତ୍ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଚା’ ବଗିଚା କର୍ମଚାରୀଙ୍କ ପାଇଁ କଂଗ୍ରେସ ଦୈନିକ ମଜୁରୀ ୩୬୫ଟଙ୍କା କରିବ ବୋଲି ପ୍ରତିଶ୍ରୁତି ଦେଇଛି।

ଗୁଆହାଟୀରେ ଦଳୀୟ କାର୍ଯ୍ୟାଳୟରେ କଂଗ୍ରେସ ଇସ୍ତାହାରକୁ ଜାରି କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ତାଙ୍କ ଦଳ ଆସାମର ବିଚାର ଧାରାକୁ ସୁରକ୍ଷା ଦେବ, ଯାହାକୁ ବିଜେପି ଏବଂ ଆରଏସଏସ ନଷ୍ଟ କରିଛନ୍ତି। ଆମେ ଜାଣୁ ଯେ, ଆରଏସଏସ ଏବଂ ବିଜେପି ଏହି ଦେଶର ବିଭିନ୍ନ ସଂସ୍କୃତି ଉପରେ ଆକ୍ରମଣ କରୁଛନ୍ତି। ଆମର ଭାଷା, ଇତିହାସ, ଆମର ଚିନ୍ତାଧାରା ଏବଂ ଆମର ମାର୍ଗ ଉପରେ ଆକ୍ରମଣ କରୁଛନ୍ତି। ତେଣୁ ଏହି ଇସ୍ତାହାର ଏକ ପ୍ରକାର ସୁନିଶ୍ଚିତ କରୁଛି ଯେ ଆମେ ରାଜ୍ୟର ବିଚାର ଧାରାକୁ ରକ୍ଷା କରିବୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ।

publive-image aajtak

ଉଲ୍ଲେଖଯୋଗ୍ୟ, ୨୦୧୬ରେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ଆସାମରେ କଂଗ୍ରେସ ୧୫ବର୍ଷ ଧରି କ୍ଷମତାରେ ରହିଥିଲା। ଆସାମରେ କ୍ଷମତା ହରାଇବା ପରେ କଂଗ୍ରେସ ଉତ୍ତର-ପୂର୍ବର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ନିଜର କ୍ଷମତା ହରାଇଥିଲା। ଏବେ ପୁଣି ଥରେ କ୍ଷମତାକୁ ଆସିବା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି। ଏଥର ଆସାମ ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ମାର୍ଚ୍ଚ ୨୭ରେ ଏବଂ ଶେଷ ପର୍ଯ୍ୟାୟ ମତଦାନ ଏପ୍ରିଲ୍ ୬ରେ ହେବ। ଏହା ସହ ମେ’ ୨ରେ ସବୁ ପର୍ଯ୍ୟାୟର ଭୋଟ ଗଣତି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe