ପଶ୍ଚିମବଙ୍ଗ ପାଇଁ ଯୋଜନା ଆରମ୍ଭ କଲେଣି ରାହୁଲ

ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ନିର୍ବାଚନୀ ଲଢ଼େଇ କେବଳ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ହେଉ ବୋଲି ନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି। ପଶ୍ଚିମବଙ୍ଗକୁ ନେଇ କଂଗ୍ରେସ ରଣନୀତି ପ୍ରସ୍ତୁତି କରୁଥିବା ବେଳେ ଦିଦିଙ୍କ ଗଡ଼ରେ ଧସେଇ ପଶିବାକୁ ରାହୁଲ ଓ ଖଡଗେ ପ୍ଲାନ୍‌ କରୁଛନ୍ତି।

www.aajtak.in

କୋଲକାତା: ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ନିର୍ବାଚନୀ ଲଢ଼େଇ କେବଳ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ହେଉ ବୋଲି ନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି। ପଶ୍ଚିମବଙ୍ଗକୁ ନେଇ କଂଗ୍ରେସ ରଣନୀତି ପ୍ରସ୍ତୁତି କରୁଥିବା ବେଳେ ଦିଦିଙ୍କ ଗଡ଼ରେ ଧସେଇ ପଶିବାକୁ ରାହୁଲ ଓ ଖଡଗେ ପ୍ଲାନ୍‌ କରୁଛନ୍ତି।

ଦିଦି ଚାହୁଛନ୍ତି ଏଥର ବିଧାନସଭା ନିର୍ବାଚନରେ ଟିଏମସି ଓ ବିଜେପି ମଧ୍ୟରେ ଘମାଘୋସ ଲଢ଼େଇ ହେଉ। ହେଲେ ପଶ୍ଚିମବଙ୍ଗରେ କେମିତି କଂଗ୍ରେସ ସ୍ଥିତି ମଜବୁତ୍‌ ହେବ ସେନେଇ ରାହୁଲ ଗାନ୍ଧୀ ବି ଯୋଜନା କରୁଛନ୍ତି । ଯାହା ଦିଦିଙ୍କୁ ଟେନସନ୍‌ରେ ପକାଇଲାଣି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ରାହୁଲ ବଙ୍ଗକୁ ନେଇ ଖଡଗେଙ୍କ ସହ ଆଲୋଚନା କରିଛନ୍ତି । କହିଛନ୍ତି, ବଙ୍ଗରେ ଦିଦିଙ୍କ ସହ ମେଣ୍ଟ ହେବାର କୌଣସି ଆଶା ନାହିଁ । ତେଣୁ ଏମିତି ସ୍ଥିତିରେ ବଙ୍ଗରେ କଂଗ୍ରେସକୁ ମଜବୁତ୍‌ କରିବାକୁ ପଡ଼ିବ। ତେଣୁ ଏବେଠୁ ରଣନୀତି ପ୍ରସ୍ତୁତ କରିବାକୁ ହେବ ବୋଲି ରୁଦ୍ଧଦ୍ବାର ବୈଠକରେ ନିଷ୍ପତ୍ତି ହୋଇଛି ।

ବିରୋଧୀ ଦଳ ନେତା ତଥା କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ। ଦେଶରେ ହେଉଥିବା ନିର୍ବାଚନ ତାଙ୍କ ଦଳ ସପକ୍ଷରେ ଯାଉନି । ହେଲେ ବଙ୍ଗକୁ ନେଇ ସେ କୁଆଡ଼େ ସ୍ବତନ୍ତ୍ର ରଣନୀତି କରିବାକୁ ଯାଉଛନ୍ତି । ଆଉ ଏହି ରଣନୀତି ବଳରେ କଂଗ୍ରେସ ବଙ୍ଗରେ କ୍ଷମତା ଦଖଲ କରିପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଏମିତି ହୁଏ, ତା'ହେଲେ ଦିଦିଙ୍କୁ ଖୋଲା ମୈଦାନ ମିଳିବ ନାହିଁ । ଉଭୟ କଂଗ୍ରେସ ଓ ବିଜେପି ସହ ଲଢେଇ କରିବାକୁ ପଡ଼ିବ ଦିଦିଙ୍କୁ । ସେପଟେ ଦିଦିଙ୍କୁ ପୂରା ଦମ୍‌ରେ ଚେକ୍‌ ଦେବାକୁ ଅଧ୍ୟକ୍ଷ ପଦରୁ ଅଧୀର ରଂଜନ ଚୌଧୁରୀଙ୍କୁ ହଟାଇ ଦିଆଯାଇଥିବା କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe