'୪୫ଦିନ ପରେ ମୋତେ ସୂଚନା ମାଗୁଛନ୍ତି'; ପୁଲିସ ଘରେ ପହଞ୍ଚିବା ପରେ ରାହୁଲଙ୍କ ପ୍ରତିକ୍ରିୟା

'୪୫ଦିନ ପରେ ମୋତେ ସୂଚନା ମାଗୁଛନ୍ତି'; ପୁଲିସ ଘରେ ପହଞ୍ଚିବା ପରେ ରାହୁଲଙ୍କ ପ୍ରତିକ୍ରିୟା

aajtak

ନୂଆଦିଲ୍ଲୀ: ଶ୍ରୀନଗରରେ ‘ଭାରତ ଯୋଡ଼ୋ ଯାତ୍ରା’ ଭାଷଣରେ ଯୌନ ଉତ୍ପୀଡ଼ନର ସରବ୍ୟ ହୋଇଥିବା ପୀଡ଼ିତାମାନଙ୍କ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ଉପରେ ସୂଚନା ସଂଗ୍ରହ କରିବା ଲାଗି ଆଜି ସ୍ପେସାଲ୍‌ ପୁଲିସ କମିସନର୍‌ (ଆଇନଶୃଙ୍ଖଳା) ସାଗରପ୍ରୀତ୍‌ ହୁଡାଙ୍କ ନେତୃତ୍ବରେ ଦିଲ୍ଲୀ ପୁଲିସ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଥିଲା। ହେଲେ କଂଗ୍ରେସ ନେତାଙ୍କ ବିରୋଧ ପରେ ପୁଲିସକୁ ଫେରିବାକୁ ପଡ଼ିଥିଲା।

ଏଭଳି ପୁଲିସ ଘରେ ପହଞ୍ଚିଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀ ପୁଲିସକୁ ଏକ ମେଲ୍ ପଠାଇଥିବା ଜଣାପଡ଼ିଛି। କୁହାଯାଉଛି ଯେ, ରାହୁଲ ନିଜ ମେଲରେ ସମୁଦାୟ ୧୦ଟି ପଏଣ୍ଟ ଅନ୍ତର୍ଭୁକ୍ତ କରିଛନ୍ତି। ମେଲରେ ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ମୁଁ ଜାନୁଆରି ୩୦ରେ ଯାହା କହିଥିଲି, ୪୫ଦିନ ପରେ ଏହାର ଜବାବ ମୋତେ ପୁଲିସ ମାଗୁଛି। ଜବ‌ାବ ଦେବା ପାଇଁ ମୋତେ ୮-୧୦ଦିନ ସମୟ ଦିଆଯାଉ।

ଅନ୍ୟପକ୍ଷରେ ମେଲ ପାଇବା ପରେ ଦିଲ୍ଲୀ ପୁଲିସ କହିଛି ଯେ, ରାହୁଲ ଗାନ୍ଧୀଙ୍କଠାରୁ ପ୍ରାଥମିକ ଉତ୍ତର ମିଳିଛି। କିନ୍ତୁ ସେ କୌଣସି ସୂଚନା ସେୟାର କରିନାହାନ୍ତି, ଯାହା ତଦନ୍ତକୁ ଆଗକୁ ବଢ଼ାଇବ।

ତେବେ ଗାନ୍ଧୀଙ୍କ ବାସଭବନ ବାହାରେ ସାମ୍ବାଦିକମାନଙ୍କୁ ସ୍ପେସାଲ୍‌ ପୁଲିସ କମିସନର୍‌ କହିଥିଲେ ଯେ, ରାହୁଲଙ୍କ ସହିତ କଥାବାର୍ତ୍ତା କରିବା ଲାଗି ଆମେ ଆସିଛୁ। ଜାନୁଆରି ୩୦ ତାରିଖ ଦିନ ‘ଭାରତ ଯୋଡ଼ୋ ଯାତ୍ରା’ ସମୟରେ ଶ୍ରୀନଗରେ ଦେଇଥିବା ବିବୃତିରେ ରାହୁଲ୍‌ ଗାନ୍ଧୀ କହିଥିଲେ ଯେ, ଯାତ୍ରା ସମୟରେ ସେ କେତେକ ମହିଳାଙ୍କୁ ଭେଟିଥିଲେ। ସେମାନେ ଦୁଷ୍କର୍ମର ଶିକାର ହୋଇଥିବା କଥା ତାଙ୍କୁ କହିଥିଲେ। ଆମେ ରାହୁଲ୍‌ଙ୍କ ପାଖରୁ ସେ ସମ୍ପର୍କୀୟ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ଆସିଛୁ। ତଥ୍ୟାବଳି ମିଳିଲେ ସେ ଦୁଷ୍କର୍ମ ପୀଡ଼ିତାମାନଙ୍କୁ ନ୍ୟାୟ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe