ହାଥ୍‌ରସ୍‌ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ଚାଲି ଚାଲି ଗଲେ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା

ଉତ୍ତରପ୍ରଦେଶର ରାଜପଥରେ ପୁଲିସ ଅଟକାଇଲା କାର୍

ହାଥ୍‌ରସ୍‌ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ଚାଲି ଚାଲି ଗଲେ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା

Image Courtesy of Hindustan Times

ନୂଆଦିଲ୍ଲୀ: ୧୪୪ ଧାରା ଜାରି ହୋଇଥିବା ଦର୍ଶାଇ ଯମୁନା ଏକ୍ସପ୍ରେସ୍‌ୱେରେ ଉତ୍ତରପ୍ରଦେଶ ପୁଲିସ ଗାଡ଼ି ଅଟକାଇ ଦେବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହାଥ୍‌ରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ଚାଲି ଚାଲି ଯାଉଥିବା କଥା କଂଗ୍ରେସ ପାର୍ଟିସୂତ୍ରରୁ ଜଣାପଡ଼ିଛି। ତେବେ ଅଧାରାସ୍ତାରେ ପୁଲିସ ସେମାନଙ୍କୁ ଅଟକାଇ ଫେରାଇ ଦେଇଥିବା ସୂଚନା ମିଳିଛି।

ରାହୁଲ ଗାନ୍ଧୀ ଏହି ପଦଯାତ୍ରାର ନେତୃତ୍ବ ନେଉଥିବା ବେଳେ ଉତ୍ତର ପ୍ରଦେଶ ଦାୟିତ୍ବରେ ଥିବା କଂଗ୍ରେସର ସାଧାରଣ ସମ୍ପାଦିକା ତଥା ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ତାଙ୍କ ସହ ସାମିଲ ହୋଇଛନ୍ତି । ଶହ ଶହ  କଂଗ୍ରେସ କର୍ମୀଙ୍କ ଗହଣରେ ପ୍ରବଳ ଖରାରେ ରାହୁଲ ଓ ପ୍ରିୟଙ୍କା ପଦଯାତ୍ରାରେ ବାହାରିଥିବା ବେଳେ ବହୁସଂଖ୍ୟକ ସାମ୍ବାଦିକ ଏବଂ ସାଧାରଣ ଜନତା ସେମାନଙ୍କ ଫଟୋ ଉତ୍ତୋଳନ କରୁଥିବା ଦେଖାଯାଇଛି।

publive-image Image Courtesy of Zee News

ଦୁହିଁଙ୍କ ଗସ୍ତ ପ୍ରତି ଦୃଷ୍ଟି ଦିଆଯାଇ ହାଥ୍‌ରସ୍‌ରେ ମଧ୍ୟ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଗସ୍ତ ପୂର୍ବରୁ ପୀଡ଼ିତାଙ୍କ ବାପାଙ୍କର ଏକ ଭିଡିଓ ଟୁଇଟ୍‌ କରି ପ୍ରିୟଙ୍କା ଅଭିଯୋଗ କରିଥିଲେ କି, ତାଙ୍କ ଉପରେ ସରକାରଙ୍କ ଠାରୁ ଚାପ ପଡୁଛି। ଟୁଇଟ୍‌ରେ ପ୍ରିୟଙ୍କା ଲେଖିଛନ୍ତି: ହାଥ୍‌ରସ୍‌ ଝିଅର ବାପାଙ୍କ ବୟାନ୍ ଶୁଣନ୍ତୁ। ତାଙ୍କୁ ଜବରଦସ୍ତି ନିଆ ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ତାଙ୍କରି ନାମରେ ହିଁ ଚାପ ପକାଯାଉଛି। ସେ ତଦନ୍ତ ପ୍ରକ୍ରିୟାରେ ସନ୍ତୁଷ୍ଟ ନୁହନ୍ତି। ଏବେ ପୂରା ପରିବାରକୁ ନଜରବନ୍ଦୀ କରି ରଖାଯାଇଛି। କଥାବାର୍ତ୍ତା କରିବା ମନା। କି ଧମକ ଦେଇ ସରକାର ସେମାନଙ୍କୁ ଚୁପ୍ କରାଇବାକୁ ଚାହୁଁଛନ୍ତି? ଅନ୍ୟାୟ ଉପରେ ଅନ୍ୟାୟ ହୋଇ ଚାଲିଛି।

ହାଥ୍‌ରସ୍‌ ଯିବା ନିମନ୍ତେ ଗ୍ରେଟର୍‌ ନଇଡ଼ାରୁ ବାହାରିଥିବା ରାସ୍ତାରେ ପୁଲିସ ରାହୁଲ ଓ ପ୍ରିୟଙ୍କାଙ୍କ କାର୍‌ଗୁଡ଼ିକୁ ଅଟକାଇଥି‌ଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe