ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁସରଣ କରି ଆଜାନ୍‌ ସମୟରେ ଭାଷଣ ବନ୍ଦ କଲେ ରାହୁଲ ଗାନ୍ଧୀ

Advertisment
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁସରଣ କରି ଆଜାନ୍‌ ସମୟରେ ଭାଷଣ ବନ୍ଦ କଲେ ରାହୁଲ ଗାନ୍ଧୀ

photo--ndtv

ଆମେଥି: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଆମେଥିରେ ଏକ ସାଧାରଣ ସଭାରେ ଭାଷଣ ଦେଉଥିବା ସମୟରେ ହଠାତ୍‌ ମସଜିଦରେ ଆଜାନ୍‌ ଆରମ୍ଭ ହୋଇଗଲା। ଯେମିତି ଆଜାନ୍‌ ରାହୁଲଙ୍କ କାନରେ ପଡ଼ିଲା,ସେମିତି ରାହୁଲ ଗାନ୍ଧୀ ନିଜର ଭାଷଣ ବନ୍ଦ କରି ଦେଲେ। ଆମେଥିରେ ଯେଉଁଠାରେ ରାହୁଲ ସାଧାରଣ ସଭାରେ ଭାଷଣ ଦେଉଥିଲେ, ଠିକ୍‌ ତା’ ପାଖରେ ଏକ ମସଜିଦ୍‌ ଥିଲା।

ରାହୁଲଙ୍କ ଭାଷଣ ବନ୍ଦକୁ ମଧ୍ୟ ସମର୍ଥକମାନେ ସ୍ୱାଗତ କରିଥିଲେ ଓ ସେମାନେ ସ୍ଲୋଗାନ୍‌ ବି ବନ୍ଦ କରି ଦେଲେ। ଉପସ୍ଥିତ ଜନତା ବି ସଂପୂର୍ଣ୍ଣ ରୂପେ ନୀରବ ହୋଇଗଲେ।

publive-image oneindia.com

ଏଠାରେ ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଆଗରୁ କେତେକ ସାଧାରଣ ସଭାରେ ଆଜାନ୍‌ର ଶବ୍ଦ ଶୁଣି ନିଜର ଭାଷଣ ବନ୍ଦ କରି ଦେଇଥିଲେ।୨୦୧୬ରେ ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଜାନ୍‌ ସମୟରେ ପ୍ରାୟ ପ୍ରାୟ ୧ ମିନିଟ୍‌ ୩୦ ସେକେଣ୍ଡ ଲାଗି ନିଜର ଭାଷଣ ବନ୍ଦ କରି ଦେଇଥିଲେ। ଖଡଗପୁର ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଆମ ଯୋଗୁଁ କାହାର ପୂଜା, ପ୍ରାର୍ଥନାରେ ବାଧା ସୃଷ୍ଟି ହେବା ଉଚିତ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe