ଏକଲବ୍ୟ ପରି ଯୁବକଙ୍କ ଆଙ୍ଗୁଠି କାଟିଦିଆଯାଉଛି : ରାହୁଲ ଗାନ୍ଧି

ବିହାର ଲୋକସେବା ଆୟୋଗ (ବିପିଏସସି) ପରୀକ୍ଷାର୍ଥୀଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ନିନ୍ଦା କରିଛନ୍ତି  ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ତାଙ୍କ ଭଉଣୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା । ସରକାରଙ୍କ ବିଫଳତାକୁ ଲୁଚାଇବା ପାଇଁ ଏଭଳି କାଣ୍ଡ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

rahull

ନୂଆଦିଲ୍ଲୀ: ବିହାର ଲୋକସେବା ଆୟୋଗ (ବିପିଏସସି) ପରୀକ୍ଷାର୍ଥୀଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ନିନ୍ଦା କରିଛନ୍ତି  ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ତାଙ୍କ ଭଉଣୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା । 

 ରାହୁଲ ଗାନ୍ଧୀ ଗୁରୁବାର ବିହାରର ନୀତୀଶ ସରକାରଙ୍କୁ ସମାଲୋଚନା କରିବା ସହ ସରକାରଙ୍କ ବିଫଳତାକୁ ଲୁଚାଇବା ପାଇଁ ଏଭଳି କାଣ୍ଡ କରାଯାଇଥିବା ଅଭିଯୋଗ କରିଛନ୍ତି।

 ରାହୁଲ ଗାନ୍ଧୀ ଗୁରୁବାର ବିହାରର ନୀତୀଶ ସରକାରଙ୍କୁ ସମାଲୋଚନା କରିବା ସହ ସରକାରଙ୍କ ବିଫଳତାକୁ ଲୁଚାଇବା ପାଇଁ ଏଭଳି କାଣ୍ଡ କରାଯାଇଥିବା ଅଭିଯୋଗ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବ ଟ୍ୱିଟର)ରେ ସେ ଲେଖିଛନ୍ତି, "ମୁଁ ସଂସଦରେ କହିଥିଲି ଯେ ଯେପରି ଏକଲବ୍ୟଙ୍କ ଆଙ୍ଗୁଠି କାଟି ଦିଆଯାଇଥିଲା, ଠିକ୍ ସେହିପରି କାଗଜ ଲିକ୍ କରି ଯୁବକଙ୍କ ଆଙ୍ଗୁଠି କାଟି ଦିଆଯାଉଛି। ଏହାର ସଦ୍ୟତମ ଉଦାହରଣ ହେଉଛି ବିହାର। ବିପିଏସସି ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ଲିକ୍ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ପରୀକ୍ଷା ବାତିଲ କରିବାକୁ ଦାବି କରୁଛନ୍ତି। କିନ୍ତୁ ଏନଡିଏ ସରକାର ନିଜର ବିଫଳତାକୁ ଲୁଚାଇବା ପାଇଁ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ କରୁଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବାକୁ ବରଦାସ୍ତ କରାଯିବ ନାହିଁ। ଆମେ ସେମାନଙ୍କ ସହିତ ଅଛୁ ଏବଂ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ କରିବୁ।“

ସେପଟେ  ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ବିଜେପିର ଆଭିମୁଖ୍ୟ କେବଳ ନିଜ ଚେୟାର ବଞ୍ଚାଇବା ପାଇଁ। ଡିସେମ୍ବର ୧୩ ତାରିଖରେ ବିପିଏସସି ଦ୍ୱାରା ଅନୁଷ୍ଠିତ ମିଳିତ ପ୍ରାରମ୍ଭିକ ପରୀକ୍ଷା (ପିଏସ୍ ସି)ର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଦାବି କରିଥିବା ପରୀକ୍ଷାର୍ଥୀମାନେ ପରୀକ୍ଷା ବାତିଲ ଦାବିରେ ବୁଧବାର ପାଟନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe