ଡ. ସିଂଙ୍କୁ ଅପମାନ କରିଛନ୍ତି ମୋଦୀ ସରକାର : ରାହୁଲ ଗାନ୍ଧି

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ନିଗମବୋଧ ଘାଟରେ କରି କେନ୍ଦ୍ର ସରକାର ତାଙ୍କୁ ଅପମାନିତ କରିଛନ୍ତି ବୋଲି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି।

mms

ନୂଆଦିଲ୍ଲୀ: ଅର୍ଥନୈତିକ ସଂସ୍କାରର ଜନକ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଶନିବାର ନିଗମ ବୋଧ ଘାଟରେ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯାଇଥିଲା। ତେବେ ତାଙ୍କ ଅନ୍ତିମ ସଂସ୍କାର ସ୍ଥଳ ଓ ସ୍ମାରକୀ ସ୍ଥଳକୁ ନେଇ ରାଜନୀତି ଜୋର ଧରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ନିଗମବୋଧ ଘାଟରେ କରି କେନ୍ଦ୍ର ସରକାର ତାଙ୍କୁ ଅପମାନିତ କରିଛନ୍ତି ବୋଲି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଭାରତ ମାତାଙ୍କ ମହାନ ପୁତ୍ର ତଥା ଶିଖ୍ ସମ୍ପ୍ରଦାୟର ପ୍ରଥମ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ବର୍ତ୍ତମାନର ସରକାର ଆଜି ନିଗମବୋଧ ଘାଟରେ କରିଛନ୍ତି। ସେ ଏକ ଦଶନ୍ଧି ପାଇଁ ଭାରତର ପ୍ରଧାନମନ୍ତ୍ରୀ ଥିଲେ, ତାଙ୍କ ସମୟରେ ଦେଶ ଏକ ଅର୍ଥନୈତିକ ମହାଶକ୍ତି ହୋଇଥିଲା ଏବଂ ତାଙ୍କ ନୀତି ଦେଶର ଗରିବ ଏବଂ ପଛୁଆ ବର୍ଗକୁ ସମର୍ଥନ ଜାରି ରଖିଥିଲା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, ଆଜି ପର୍ଯ୍ୟନ୍ତ ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମର୍ଯ୍ୟାଦାକୁ ସମ୍ମାନ ଜଣାଇ ସେମାନଙ୍କ ଅନ୍ତିମ ସଂସ୍କାର ଅଧିକାରପ୍ରାପ୍ତ ସମାଧିସ୍ଥଳରେ କରାଯାଇଥିଲା, ଯାହାଦ୍ୱାରା ଲୋକମାନେ ବିନା କୌଣସି ଅସୁବିଧାରେ ଶେଷ ଦର୍ଶନ କରିପାରିବେ। ମନମୋହନ ସିଂହ ଆମର ସର୍ବୋଚ୍ଚ ସମ୍ମାନ (ଭାରତ ରତ୍ନ) ଏବଂ ସମାଧି ସ୍ଥଳର ଯୋଗ୍ୟ। ଦେଶର ଏହି ମହାନ ସନ୍ତାନ ଓ ତାଙ୍କ ଗର୍ବିତ ଦେଶ ପ୍ରତି ସରକାର ସମ୍ମାନ ପ୍ରଦର୍ଶନ କରିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe