ମୋଦୀଙ୍କୁ ପୁଣି ରାହୁଲଙ୍କ ଟାର୍ଗେଟ୍‌, ସରକାରଙ୍କ ଉପରୁ ଲୋକଙ୍କ ଆତ୍ମବିଶ୍ବାସ କମିଛି

ରାହୁଲ ନୁହେଁ, ପ୍ରଧାନମନ୍ତ୍ରୀ କ୍ଷମା ମାଗିବା ଉଚିତ: କଂଗ୍ରେସ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ଉପରୁ ଜନସାଧାରଣଙ୍କ ଆତ୍ମବିଶ୍ବାସ ସର୍ବକାଳୀନ ଭାବେ ହ୍ରାସ ପାଇଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି। ରାହୁଲ କହିଛନ୍ତି, ଭାରତୀୟ ରିଜର୍ଭ ବ୍ୟାଙ୍କର ରିପୋର୍ଟ ହିଁ ପ୍ରକୃତ ‘ମୁଡ୍‌ ଅଫ୍‌ ଦି ନେସନ’କୁ ଦର୍ଶାଉଛି। ମୋଦୀ ସରକାରଙ୍କ ପ୍ରତି ସାଧାରଣ ଲୋକଙ୍କ ଆତ୍ମବିଶ୍ବାସ ହ୍ରାସ ପାଇଥିବା‌‌ ବେଳେ ସେମାନଙ୍କ ମଧ୍ୟରେ ଅସୁରକ୍ଷିତ ଭାବ ମଧ୍ୟ ବୃଦ୍ଧି ପାଇଛି ବୋଲି ରାହୁଲ କହିଛନ୍ତି। ଇଣ୍ଡିଆ ଟୁଡେ ଗ୍ରୁପ୍‌ ପକ୍ଷରୁ କରାଯାଇଥିବା ‘ମୁଡ୍‌ ଅଫ୍‌ ଦି ନେସନ’ରେ ମୋଦୀ ସରକାରଙ୍କୁ ପ୍ରଶଂସା କରାଯାଇଥିବାବେଳେ ରାହୁଲ ଗାନ୍ଧି ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe