ମୋଦୀଙ୍କ ବିରୋଧରେ ରାହୁଲଙ୍କ ବିବାଦୀୟ ବୟାନ, ‘ମୋଦୀ ବିଭେଦ ସୃଷ୍ଟି ପାଇଁ ଘୃଣାର ବିଷ ବ୍ୟବହାର କରିଛନ୍ତି’

ମୋଦୀଙ୍କ ବିରୋଧରେ ରାହୁଲଙ୍କ ବିବାଦୀୟ ବୟାନ, ‘ମୋଦୀ ବିଭେଦ ସୃଷ୍ଟି ପାଇଁ ଘୃଣାର ବିଷ ବ୍ୟବହାର କରିଛନ୍ତି’

Moneycontrol

ଥିରୁବନନ୍ତପୁରମ୍‌ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ୩ ଦିନିଆ ୱା‌ୟନାଡ଼ ଗସ୍ତ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ କଲପେଟ୍ଟାରେ ରୋଡ୍‌ ସୋ’ କରିଛନ୍ତି। ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି, ଦଳ ମତ ନିର୍ବିଶେଷରେ ୱାୟନାଡ଼ର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ କଂଗ୍ରେସ ଦ୍ବାର ଖୋଲା ରହିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆଜି ରାହୁଲ ଏକ ବିବାଦୀୟ ବୟାନ ଦେଇଛନ୍ତି। ଦେଶରେ ବିଭେଦ ସୃଷ୍ଟି ପାଇଁ ମୋଦୀ ଘୃଣାର ବିଷ ବ୍ୟବହାର କରିଛନ୍ତି ଏବଂ ଲୋକଙ୍କୁ ମିଛ କଥା କହି ସେ ନିର୍ବାଚନ ଜିତିଛନ୍ତି ବୋଲି ରାହୁଲ କହିଛନ୍ତି।

ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆଜି କେରଳ ଗସ୍ତରେ ଥିଲେ। ସେ କେରଳର ଗୁରୁବୟୁର ଶ୍ରୀକୃଷ୍ଣ ମନ୍ଦିର ଦର୍ଶନରେ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଲୋକସଭା ନିର୍ବାଚନ ପରେ ରାହୁଲଙ୍କର ୱାୟନାଡ଼କୁ ଏହା ପ୍ରଥମ ଗସ୍ତ। ଗତକାଲି କେରଳରେ ରାହୁଲଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବର୍ଷା ସତ୍ତ୍ବେ ହଜାର ହଜାର କର୍ମୀ ବିମାନବନ୍ଦରରୁ ରାହୁଲଙ୍କୁ ସ୍ବାଗତ ଜଣାଇ ପାଛୋଟି ନେଇଥିଲେ। ଗତକାଲି ରାହୁଲ କଲ୍ଲିକଭୁରେ ଏକ ଖୋଲା ଗାଡ଼ିରେ ରୋଡ୍‌ସୋ କରିଥିଲେ। ରାହୁଲ ପ୍ରାୟ ୧୬ଟି କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି। ତେବେ ଆଜି ମୋଦୀଙ୍କୁ ନେଇ ରାହୁଲଙ୍କ ବୟାନକୁ ବିଭିନ୍ନ ମହଲ ସମାଲୋଚନା କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe