ଆସନ୍ତାକାଲି ଜେଲ୍‌ ଦଣ୍ଡାଦେଶକୁ ଗୁଜରାଟ ଅଦାଲତରେ ଚାଲେଞ୍ଜ୍‌ କରିପାରନ୍ତି ରାହୁଲ୍‌ ଗାନ୍ଧୀ

ଆସନ୍ତାକାଲି ଜେଲ୍‌ ଦଣ୍ଡାଦେଶକୁ ଗୁଜରାଟ ଅଦାଲତରେ ଚାଲେଞ୍ଜ୍‌ କରିପାରନ୍ତି ରାହୁଲ୍‌ ଗାନ୍ଧୀ

Image Courtesy of NDTV

ନୂଆଦିଲ୍ଲୀ: ଆସନ୍ତାକାଲି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ସୁରତ ଜିଲ୍ଲା କୋର୍ଟଙ୍କ ରାୟକୁ ସୁରତ ସେସନ୍‌ କୋର୍ଟରେ ଚାଲେଞ୍ଜ୍‌ କରିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

୨୦୧୯ ମାନହାନି ମାମଲାରେ ସୁରତ ଜିଲ୍ଲା କୋର୍ଟ ରାହୁଲ୍‌ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଓ ୧୫୦୦୦ ଟଙ୍କା ଜାରିମାନା କରିଥିଲେ। ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇବା ପରେ ଲୋକସଭା ସାଂସଦ ପଦରୁ ରାହୁଲ୍‌ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତେଣୁ, ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଓ ଦଣ୍ଡାଦେଶ ହେବା ରାୟକୁ ରାହୁଲ୍‌ ଆସନ୍ତାକାଲି ସୁରତ ସେସନ୍‌ କୋର୍ଟରେ ଚାଲେଞ୍ଜ କରିପାରନ୍ତି।

‘ମୋଦୀ ସାଙ୍ଗିଆ’ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ମାଜିଷ୍ଟ୍ରେଟ୍‌ଙ୍କ ଆଦେଶକୁ ରଦ୍ଦ କରିବା ଲାଗି ରାହୁଲ୍‌ ତାଙ୍କ ପିଟିସନ୍‌ରେ ସେସନ୍‌ କୋର୍ଟଙ୍କୁ ଅନୁରୋଧ କରିଥାଇ ପାରନ୍ତି ବୋଲି ଆଶା କରାଯାଉଛି।

publive-image Image Courtesy of ABP

ଉଲ୍ଲେଖଯୋଗ୍ୟ, ଉଚ୍ଚତର ଅଦାଲତରେ ଆବେଦନ କରିବା ଲାଗି ଜିଲ୍ଲା ଅଦାଲତ ରାହୁଲ୍‌ଙ୍କୁ ଜାମିନ ମଞ୍ଜୁର କରିବା ସହିତ ଦଣ୍ଡାଦେଶକୁ ୩୦ ଦିନ ପର୍ଯ୍ୟନ୍ତ ବାତିଲ କରିଛନ୍ତି। ‘ସବୁ ମ‌ୋଦୀ ସାଙ୍ଗିଆଧାରୀ କେମିତି ଚୋର ହେଲେ ବୋଲି’ ରାହୁଲ୍‌ ଗାନ୍ଧୀ କର୍ଣ୍ଣାଟକର କୋଲାର୍‌ରେ ଗୋଟାଏ ରାଲିରେ ଉଦ୍‌ବୋଧନ ଦେବା ବେଳେ କହିଥିଲେ। ଏହା ବିରୋଧରେ ‘ବିଜେପି’ ବିଧାୟକ ପୂର୍ଣ୍ଣେଶ ମୋଦୀ ଜିଲ୍ଲା ଅଦାଲତରେ ମାମଲା ଦାଏର କରିଥିଲେ।

ରାହୁଲ୍‌ ଗାନ୍ଧୀଙ୍କ ଓକିଲ ଯୁକ୍ତିବାଢ଼ିଛନ୍ତି ଯେ, ଅଦାଲତଙ୍କ ନ୍ୟାୟିକ ପ୍ରକ୍ରିୟାରେ ଆରମ୍ଭରୁ ତ୍ରୁଟି ରହିଛି। ରାହୁଲ୍‌ ଗାନ୍ଧୀଙ୍କ ଭାଷଣରେ ମୁଖ୍ୟ ଟାର୍ଗେଟ୍‌ ଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ତେଣୁ, ବିଧାୟକ ପୂର୍ଣ୍ଣେଶ ମୋଦୀ ନୁହନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାମଲା ଦାଏର କରିବା ଉଚିତ ଥିଲା।

କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂହବୀ କହିଛନ୍ତି ଯେ, ରାହୁଲ୍‌ଙ୍କ ପ୍ରତି ହୋଇଥିବା ଦଣ୍ଡବିଧାନ ଖାରଜ ହୋଇଯିବ ବୋଲି କଂଗ୍ରେସ ପାର୍ଟିର ଦୃଢ଼ ବିଶ୍ବାସ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe