କୈଳାସ ମାନସରୋବର ଯାତ୍ରାରେ ଯିବେ ରାହୁଲ୍‌; ନେପାଳ ବଦଳରେ ଚୀନ ଦେଇ ଯିବେ   

Advertisment
କୈଳାସ ମାନସରୋବର ଯାତ୍ରାରେ ଯିବେ ରାହୁଲ୍‌; ନେପାଳ ବଦଳରେ ଚୀନ ଦେଇ ଯିବେ   

www.indiatoday.in

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ  କୈଳାସ ମାନସରୋବର ଯାତ୍ରାରେ ଯିବେ।  ସେ ନିଜର ପ୍ରତିଶ୍ରୁତି ମୁତାବକ ଅଗଷ୍ଟ ୩୧ ତାରିଖରେ ମାନସରୋବର ଯାତ୍ରାରେ ଯିବେ ବୋଲି ଜଣାପଡ଼ିଛି। ବନ୍ୟା ପ୍ରଭାବିତ କେରଳକୁ ୨ ଦିନିଆ ଗସ୍ତ ଶେଷ କରି ସେ କୈଳାସ ମାନସରୋବର ଯିବେ। ମିଳିଥିବା ସୂଚନା ଅନୁସାରେ ରାହୁଲ୍‌ ନେପାଳ ରାସ୍ତା ଦେଇ ନ ଯାଇ ଚୀନ ଦେଇ ସେଠାକୁ ଦର୍ଶନ ଲାଗି ଯିବେ।

ଉଲ୍ଲେଖଯୋଗ୍ୟ କି କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ସମୟରେ ରାହୁଲ୍‌ ଘୋଷଣା କରିଥିଲେ କି ଥରେ ତାଙ୍କ ବିମାନ ବହୁ ହଜାର୍‌ ଫୁଟ୍‌ ଉଚ୍ଚରେ ଉଡୁଥିବା ସମୟରେ  ହଠାତ୍‌ ତଳକୁ ଖସିବା ଆରମ୍ଭ କରିଥିଲା। ସେତେବେଳେ ସେ ବିଚଳିତ ହୋଇ ଭଗବାନ୍‌ ଶିବଙ୍କୁ ସ୍ମରଣ କରିଥିଲେ। ସେଦିନ ସେ କୈଳାସ ମାନସରୋବର ଦର୍ଶନରେ ଯିବେ ବୋଲି ମନସ୍ଥ କରିଥିଲେ।

ସେହିପରି ଗୁଜୁରାଟରେ ନିର୍ବାଚନ ପ୍ରଚାର ସମୟରେ ରାହୁଲ୍‌ ପ୍ରକାଶ କରିଥିଲେ କି ସେ ଜଣେ ପଇତାଧାରୀ ବ୍ରାହ୍ମଣ ଏବଂ  ଶିବ ଭକ୍ତ। ଇତିମଧ୍ୟରେ ରାହୁଲ କେଦାରନାଥ ଓ ସୋମନାଥ ଜ୍ୟୋର୍ତିଲିଙ୍ଗ ଦର୍ଶନ କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe