କଂଗ୍ରେସରେ ରାହୁଲ ରାଜ ଆରମ୍ଭ, ଅଧ୍ୟକ୍ଷ ଭାବେ ମାଆଙ୍କ ଠାରୁ ଦାୟିତ୍ୱ ନେଲେ ରାହୁଳ

Advertisment
କଂଗ୍ରେସରେ ରାହୁଲ ରାଜ ଆରମ୍ଭ, ଅଧ୍ୟକ୍ଷ ଭାବେ ମାଆଙ୍କ ଠାରୁ ଦାୟିତ୍ୱ ନେଲେ ରାହୁଳ

ନୂଆଦିଲ୍ଲୀ: ୧୩୨ ବର୍ଷର ପୁରାତନ ରାଜନୈତିକ ଦଳ ‘ଭାରତୀୟ ଜାତୀୟ କଂଗ୍ରେସ’ର ୪୯ ତମ ଅଧ୍ୟକ୍ଷ ଭାବେ ଆଜି ରାହୁଲ ଗାନ୍ଧୀ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଶନିବାର ସକାଳେ ନୂଆଦିଲ୍ଲୀର ୨୪ ଆକବର ରୋଡ୍‌ସ୍ଥିତ ଏଆଇସିସି ମୁଖ୍ୟାଳୟଠାରେ ଶ୍ରୀ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ ସାର୍ଟିଫିକେଟ ଦଳର ରିଟର୍ଣ୍ଣିଂ ଅଫିସର ପ୍ରଦାନ କରିବା ପରେ ରାହୁଳ ଗାନ୍ଧୀ ନିଜ ମାଆ ସୋନିଆ ଗାନ୍ଧୀଙ୍କ ଠାରୁ ଦଳର ଦାୟିତ୍ୱ ନେଇଥିଲେ।

publive-image

ଏହି ଉପଲକ୍ଷେ ଏଆଇସିସି ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଦାୟୀ ଅଧ୍ୟକ୍ଷା ତଥା ରାହୁଳ ଗାନ୍ଧୀଙ୍କ ମାଆ ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ସହିତ ଏଆଇସିସିର ପଦାଧିକାରୀଙ୍କ ଗହଣରେ ଶ୍ରୀ ଗାନ୍ଧୀ ଦାୟିିତ୍ୱ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଯେ ଗାନ୍ଧୀ-ନେହେରୁ ପରିବାରର ୫ମ ପିଢ଼ିର ସଦସ୍ୟ ଭାବେ ଶ୍ରୀ ଗାନ୍ଧୀ ଭାରତୀୟ ଜାତୀୟ କଂଗେସ ଦଳର ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି। ସ୍ୱାଧୀନତା ପରେ ଜବାହରଲାଲ ନେହେରୁ ୩ ବର୍ଷ ପାଇଁ ଦଳର ଅଧ୍ୟକ୍ଷ ଥିବା ବେଳେ ତାଙ୍କ ଝିଅ ଇନ୍ଦିରା ଗାନ୍ଧୀ ୮ ବର୍ଷ ପାଇଁ, ଇନ୍ଦିରାଙ୍କ ପୁଅ ରାଜୀବ ଗାନ୍ଧୀ ୮ ବର୍ଷ ପାଇଁ ଓ ବୋହୂ ସୋନିଆ ଗାନ୍ଧୀ ସର୍ବାଧିକ ୧୯ ବର୍ଷ ପାଇଁ ଦଳର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଛନ୍ତି।

ଏହି ଅବସରରେ ଆୟୋଜିତ ଉତ୍ସବରେ ନିଜ ଭାଷଣ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି କଂଗ୍ରେସ ଦଳ ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି। ସେହିପରି ଦଳର ବିଦାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ୨୦ ବର୍ଷ ତଳେ ଆପଣମାନେ ମୋତେ ଅଧ୍ୟକ୍ଷଭାବେ ନିର୍ବାଚିତ କରିଥିଲେ। ରାଜୀବ ଗାନ୍ଧୀଙ୍କ ସହିତ ବିବାହ ପରେ ସେ ରାଜନୀତି ସମ୍ପର୍କରେ ଜାଣିଥିଲେ। ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ତାଙ୍କୁ ଝିଅ ଭଳି ଆପଣେଇବା ସହିତ ଭାରତର ସଂସ୍କୃତି ସମ୍ପର୍କରେ ଅବଗତ କରାଇଥିଲେ। ଇନ୍ଦିରାଗାନ୍ଧୀଙ୍କ ହତ୍ୟା ମୋତେ ପୁରା ବିଚଳିତ କରିଥିଲା। ମୋତେ ଲାଗୁଥିଲା ମୋ ସ୍ୱାମୀଙ୍କୁ ମଧ୍ୟ ହତ୍ୟା କରାଯାଇପାରେ। ତେଣୁ ମୁଁ ମୋ ସ୍ୱାମୀ ଓ ପିଲାମାନଙ୍କୁ ରାଜନୀତି ଠାରୁ ଦୂରରେ ରଖିବାକୁ ଚାହୁଥିଲି। ଶେଷରେ ତାହା ହିଁ ଘଟିଲା। ମୋ ସ୍ୱାମୀ ମଧ୍ୟ ହତ୍ୟାର ଶିକାର ହେଲେ। ତେବେ କଂଗ୍ରେସର ଯେତେବେଳେ ଦୁର୍ଦ୍ଦିନରେ ଥିଲା ମୋତେ ସେତେବେଳେ କଂଗ୍ରେସ ଦଳର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଗଲା। ସେତେବେଳେ ମୁଁ ବହୁତ ଭୟଭୀତ ଥିଲି।ତେବେ ଦଳର କର୍ମୀ ମାନଙ୍କ ଯୋଗୁଁ ଆମକୁ ସଫଳତା ମିଳିଛି ବୋଲି ଶ୍ରୀମତୀ ଗାନ୍ଧୀ ତାଙ୍କ ଅଭିଭାଷଣରେ କହିଛନ୍ତି।

ଶ୍ରୀମତୀ ଗାନ୍ଧୀ କହିଛନ୍ତି ଯେ ରହୁଳ ଗାନ୍ଧୀଙ୍କ ଭଳି ଜଣେ ଯୁବ ନେତୃତ୍ୱ ଏବେ କଂଗ୍ରେସ ଦଳର ଦାୟିତ୍ୱ ସମ୍ଭାଳିବେ। ରାହୁଲ ମୋ ପୁଅ, ମୁଁ ତାଙ୍କ ପ୍ରଶଂସା କରିବାକୁ ଚାହୁଁ ନାର୍ହିଁ। କିନ୍ତୁ ମୋର ପୁରା ବିଶ୍ୱାସ ଅଛି ଯେ ରାହୁଳ ଏବେ ପରିପକ୍ୱ। ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଦେଶର ବିକାଶକୁ ଏକ ଉତୁଙ୍ଗ ଶିଖରରେ ପହଞ୍ଚାଇ ପାରିବ ବୋଲି ଶ୍ରୀମତୀ ଗାନ୍ଧୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe