ବିରୋଧ ପ୍ରଦର୍ଶନ ସମୟରେ ନିଜେ କର୍ମୀଙ୍କ ସାର୍ଟ ଫାଡି ପୁଲିସ ଉପରେ ଦୋଷ ଲଦୁଛନ୍ତି ରାହୁଲ: ବିଜେପି

ବିରୋଧ ପ୍ରଦର୍ଶନ ସମୟରେ ନିଜେ କର୍ମୀଙ୍କ ସାର୍ଟ ଫାଡି ପୁଲିସ ଉପରେ ଦୋଷ ଲଦୁଛନ୍ତି ରାହୁଲ: ବିଜେପି

ନୂଆଦିଲ୍ଲୀ: ଶୁକ୍ରବାର ଦିନ କଳା ପୋଷାକ ପିନ୍ଧି କଂଗ୍ରେସ ରାଜଧାନୀରେ ମୁଦ୍ରାସ୍ଫୀତି, ବେରୋଜଗାରୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସ୍ଟି ଲାଗୁ ନେଇ ବିରୋଧ ପ୍ରଦର୍ଶନ କରିଥିଲା। ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରୁ ଏହି ବିରୋଧ ଆରମ୍ଭ ହୋଇଥିଲା, ଯାହାର ନେତୃତ୍ୱ ନେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଏହି ସମୟରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ କଂଗ୍ରେସ ନେତାଙ୍କୁ ପୁଲିସ ଅଟକ ରଖିଥିଲା। ଏହା ପରେ ଦଳର ସାଂସଦଙ୍କୁ ପୁଲିସ ମାଡ଼ ମାରି ସେମାନଙ୍କ ସାର୍ଟ ଫାଡି ଦେଇଥିବା ନେଇ ରାହୁଲ ଅଭିଯୋଗ କରିଥିଲେ।

ରାହୁଲଙ୍କ ଏଭଳି ଅଭିଯୋଗ ‌ପରେ ରାହୁଲ ଏବଂ ପ୍ରିୟଙ୍କା 'ତମାଶେ କି ରାଜନୀତି' କରୁଥିବା କହିଛି ବିଜେପି। ବିଜେପିର ଆଇଟି ୱିଙ୍ଗ୍ ଦାୟିତ୍ୱରେ ଥିବା ଅମିତ ମାଲବିୟ ଏକ ଫଟୋ ଟ୍ୱିଟ୍ କରିଛନ୍ତି ଯେଉଁଥିରେ କଂଗ୍ରେସ ନେତା ଦୀପେନ୍ଦ୍ର ଏସ ହୁଡା ଏବଂ ରାହୁଲ ଗାନ୍ଧୀ ପୁଲିସ ସହ ଧସ୍ତାଧସ୍ତି ହେଉଥିବାର ନଜର ଆସିଛନ୍ତି। ଏହି ଫଟୋ ଟ୍ବିଟ କରି ଅମିତ ମାଲବିୟ ଲେଖିଛନ୍ତି ଯେ, ରାହୁଲ ଗାନ୍ଧୀ ତାଙ୍କ ସହକର୍ମୀ ଦୀପେନ୍ଦ୍ର ହୁଡାଙ୍କ ସାର୍ଟ ଚିରି ଦିଲ୍ଲୀ ପୁଲିସ ଉପରେ ଦୋଷ ଲଦିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe