ଆଜି ରାହୁଲ୍‌ ଗାନ୍ଧୀଙ୍କୁ ହେଲା ୫୧ ବର୍ଷ: ଔଷଧ ଓ ରନ୍ଧା ଭୋଜନ ବାଣ୍ଟି ରାହୁଲ୍‌ଙ୍କ ଜନ୍ମଦିନକୁ ‘ସେବା ଦିବସ’ ଭାବେ ପାଳନ କରିବ ଦିଲ୍ଲୀ କଂଗ୍ରେସ

ଆଜି ରାହୁଲ୍‌ ଗାନ୍ଧୀଙ୍କୁ ହେଲା ୫୧ ବର୍ଷ: ଔଷଧ ଓ ରନ୍ଧା ଭୋଜନ ବାଣ୍ଟି ରାହୁଲ୍‌ଙ୍କ ଜନ୍ମଦିନକୁ ‘ସେବା ଦିବସ’ ଭାବେ ପାଳନ କରିବ ଦିଲ୍ଲୀ କଂଗ୍ରେସ

ନୂଆଦିଲ୍ଲୀ: ଆଜି ରାହୁଲ୍‌ ଗାନ୍ଧୀଙ୍କର ଜନ୍ମଦିନକୁ ‘ସେବା ଦିବସ’ ଭାବେ ପାଳନ କରି ଦିଲ୍ଲୀ କଂଗ୍ରେସ ଜାତୀୟ ରାଜଧାନୀରେ ଜନସାଧାରଣଙ୍କୁ ଫେସ୍‌ ମାସ୍କ୍, ମେଡିସିନ୍‌ କିଟ୍‌ ଏବଂ ରନ୍ଧା ଭୋଜନ ସମେତ ଅନ୍ୟ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ମାଗଣାରେ ବଣ୍ଟନ କରିବ ବୋଲି ଗତକାଲି ଘୋଷଣା କରିଥିଲା।

ଏକ ବିବୃତିରେ ଦିଲ୍ଲୀ କଂଗ୍ରେସ କହିଥିଲା କି, ଦିଲ୍ଲୀ ମହାନଗର ନିଗମ ଅନ୍ତର୍ଗତ ୨୭୨ ୱାର୍ଡରେ ‘ମାଗଣା ରେସନ୍‌’ ପାଇବାକୁ ଧାଡ଼ି ବାନ୍ଧୁଥିବା ଲୋକମାନଙ୍କୁ ଉପରୋକ୍ତ ସାମଗ୍ରୀ ସବୁ ଦିଆଯିବ। ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଚୌଧୁରୀ ଅନୀଲ କୁମାରଙ୍କ ନେତୃତ୍ବରେ ଦିଲ୍ଲୀ କଂଗ୍ରେସ କର୍ମୀମାନେ ମାସ୍କ୍‌, ମେଡିସିନ୍‌ କିଟ୍, ରନ୍ଧା ଭୋଜନ, ପାଣି ଏବଂ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିବ।

publive-image Image Courtesy of The Quint

କୁମାର ମଧ୍ୟ କହିଛନ୍ତି ଯେ, ଆଗାମୀକାଲି ରାହୁଲ୍‌ଜୀଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ କଂଗ୍ରେସ କର୍ମୀମାନେ ମହତ୍ କାର୍ଯ୍ୟ କରିବେ। କୌଣସି ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ ନ କରି କଂଗ୍ରେସ ପାର୍ଟିର ପ୍ରଥା ଅନୁଯାୟୀ ଜନତାଙ୍କ ସେବା କରାଯିବ। ସମ୍ପ୍ରତି କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅସୁବିଧାରେ ପଡ଼ିଥିବା ଜନତାଙ୍କୁ ସାହାଯ୍ୟ ଓ ସମର୍ଥନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

publive-image Image Courtesy of India Today

ଏହାବ୍ୟତିରେକେ, ମାରାତ୍ମକ କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ପ୍ରିୟ ପରିଜନଙ୍କୁ ହରାଇଥିବା ପରିବାରବର୍ଗଙ୍କୁ ମଧ୍ୟ କଂଗ୍ରେସ ନେତାମାନେ ଭେଟି ସାହାଯ୍ୟ ସହାନୁଭୂତି ପ୍ରଦାନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe