ନୂଆଦିଲ୍ଲୀ: ୫୫ ବର୍ଷରେ ପାଦଦେଲେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ୧୯ ଜୁନ ୧୯୭୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଏକମାତ୍ର ପୁଅ ରାହୁଲ ଗାନ୍ଧୀ । ଇତିମଧ୍ୟରେ ରାହୁଲଙ୍କୁ ୫୫ ଛୁଇଁଛି । ରାହୁଲଙ୍କ ଜନ୍ମଦିନରେ ଦେଶର ଅନେକ ରାଜନୈତିକ ବ୍ୟକ୍ତିତ୍ବ ଶୁଭେଚ୍ଛା ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ରାହୁଲଙ୍କୁ ଜନ୍ମଦିନ ଅବସରରେ ଅଭିନନ୍ଦନ ଜଣାଇଛନ୍ତି ।
ତେବେ ମୋଦୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନର କାମନା କରିଛନ୍ତିଟ୍ଟ
ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ସମ୍ବିଧାନର ମୂଲ୍ୟବୋଧ ପ୍ରତି ରାହୁଲଙ୍କ ସମର୍ପଣ ଭାବକୁ ପ୍ରଶଂସା କରିଛନ୍ତି । ରାହୁଲ କେମିତି ଲକ୍ଷ ଲକ୍ଷ ଲୋକଙ୍କ ପ୍ରତି କରୁଣା ଭାବ ଦେଖାଇ ସେମାନଙ୍କ ସ୍ୱର ସାଜୁଛନ୍ତି ତାହା କହି ପ୍ରଶଂସା କରିଛନ୍ତି ଖଡଗେ ।
ଡିଏମକେ ନେତା ଷ୍ଟାଲିନ, ଅଖିଳେଶ ଯାଦବ, ତେଜସ୍ବୀ ଯାଦବ, ସଚିନ ପାଇଲଟ, ଅଶୋକ ଗେହଲଟଙ୍କ ପରି ଅନେକ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ରାହୁଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୨୦୦୪ରେ ରାହୁଲ ରାଜନୀତିରେ ପାଦ ଦେଇଥିବା ବେଳେ ୨୦୦୭ରେ ସେ ବନିଥିଲେ କଂଗ୍ରେସର ମହାସଚିବ । ବାସ୍ ୨୦୦୪ରୁ ୨୦୨୫ ଏହି ୨୧ ବର୍ଷ ଭିତରେ ରାହୁଲ ଗାନ୍ଧୀ ରାଜନୀତିର ଏକ ଜଣାଶୁଣା ଚେହେରା ପାଲଟି ଯାଇଛନ୍ତି । ପୂର୍ବ ଅପେକ୍ଷା ତାଙ୍କ ରାଜନୈତିକ ଜୀବନରେ ଅନେକ ଉନ୍ନତି ଆସିଛି । ତେବେ ତାଙ୍କ ଆଗାମୀ ଜୀବନ ଯାତ୍ରା ଏବଂ ରାଜନୈତିକ ଯାତ୍ରା ପାଇଁ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି ।
Follow Us